Monday , October 2 2023
Breaking News
Home / ତାଜା ଖବର / କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣା : ୫୦ ରୁ ଅଧିକ ମୃତ୍ୟୁ ବରଣ କରିଥିବା ଓ ୨୦୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା, ମୃତାହତ ସଂଖ୍ୟା ବଢ଼ିବା ଆଶଙ୍କା

କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣା : ୫୦ ରୁ ଅଧିକ ମୃତ୍ୟୁ ବରଣ କରିଥିବା ଓ ୨୦୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା, ମୃତାହତ ସଂଖ୍ୟା ବଢ଼ିବା ଆଶଙ୍କା

କଂଟ୍ରୋଲ ରୁମ୍  ରେ  ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର, ୦୨/୦୬/୨୦୨୩ (ଓଡ଼ିଶା ସମାଚାର)- କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବଗତ ହୋଇଛନ୍ତି। ସେ ସ୍ବତନ୍ତ୍ର ରିଲିଫ୍ କମିସନର (ଏସ୍ଆରସି), ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ଏସଆରସି କଂଟ୍ରୋଲ ରୁମ କୁ ଯାଇ ସ୍ଥିତି ଉପରେ ନଜର ରଖିବେ ବୋଲି ଜଣାଯାଇଛି । ବର୍ତମାନ ସୁଦ୍ଧା ୫୦ ରୁ ଅଧିକ ମୃତ୍ୟୁ ବରଣ କରିଥିବା ଓ ୨୦୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ଆସୁଛି ।
ଏହି ଦୁର୍ଘଟଣାର ସାମ୍ନା କରିଥିବା ଅନେକ ଯାତ୍ରୀ ଟ୍ରେନ୍ରେ ଚାପି ହୋଇଥିବା ବେଳେ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ବରିଷ୍ଠ ଅଧିକାରୀ ହେମନ୍ତ ଶର୍ମା, ବଲୱନ୍ତ ସିଂହ, ଫାୟାର ଡିଜି ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି। ଆହତ ଏବଂ ଗୁରୁତରମାନଙ୍କୁ ଚିକିତ୍ସା ଯୋଗାଇବା ପାଇଁ ବାଲେଶ୍ବର ମେଡିକାଲ କଲେଜ, କଟକ ବଡ଼ମେଡିକାଲ କଲେଜ ଓ ୩ଟି ଜିଲ୍ଲା ଡାକ୍ତରଖାନାକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଡାକ୍ତରଖାନାଗୁଡ଼ିକରେ ଆହତ ଏବଂ ଗୁରୁତରମାନଙ୍କ ଚିକିତ୍ସା ପାଇଁ ମେଡିକାଲ ଟିମ୍ ପ୍ରସ୍ତୁତ ରହିଛନ୍ତି। ସେହିପରି ଏନ୍ଡିଆରଏଫ୍ର ୩ଟି ଟିମ୍, ଓଡ୍ରାଫ୍ର ୪ଟି ଟିମ୍, କିଛି ଅଗ୍ନିଶମ ବାହିନୀ, ୫୦ଟି ଆମ୍ବୁଲାନ୍ସ ଗାଡ଼ି ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଛନ୍ତି। ଟ୍ରେନ ଦୁର୍ଘଟଣା ନେଇ ଜରୁରୀକାଳୀନ ନମ୍ବର ମଧ୍ୟ ଜାରି କରାଯାଇଛି । ଜରୁରୀକାଳୀନ ଯୋଗାଯୋଗ ନମ୍ବର-୬୭୮୨୨୬୨୨୮୬ । ରେଳବାଇ ଅଧିକାରୀ ଦୂର୍ଘଟଣାସ୍ଥଳରେ ପହଂଚିଛନ୍ତି ।

Leave a Reply

Your email address will not be published. Required fields are marked *