Monday , October 2 2023
Breaking News
Home / ତାଜା ଖବର / କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣା : ବର୍ତମାନ ସୁଦ୍ଧା ୩୦ ଜଣ ଙ୍କର ମୃତ୍ୟୁ , ୨୦୦ ରୁ ଅଧିକ ଆହତ ହୋଇଥିବା ସୂଚନା

କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣା : ବର୍ତମାନ ସୁଦ୍ଧା ୩୦ ଜଣ ଙ୍କର ମୃତ୍ୟୁ , ୨୦୦ ରୁ ଅଧିକ ଆହତ ହୋଇଥିବା ସୂଚନା

ବାଲେଶ୍ବର ୦୨/୦୬/୨୦୨୩ (ଓଡ଼ିଶା ସମାଚାର)- ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଆଜି ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ (୧୨୮୪୧-ଅପ୍) ଦୁର୍ଘଟଣାରେ ଅନେକ ଯାତ୍ରୀ ମୃତାହତ ହୋଇଥିବା ସୂଚନା ରହିଛି। ଏହି ଦୁର୍ଘଟଣାରେ ଶତାଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ହୋଇଛନ୍ତି।ବର୍ତମାନ ସୁଦ୍ଧା ୩୦ ଜଣ ଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତାହତ ସଂଖ୍ୟା ବଢ଼ିବା ଆଶଙ୍କା । ଆହତ ଏବଂ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ବାହାନଗା, ସୋର ଓ ବାଲେଶ୍ବର ଡାକ୍ତରଖାନାକୁ ଆମ୍ବୁଲାନ୍ସ ମାଧ୍ୟମରେ ନିଆଯାଉଛି। ସ୍ଥାନୀୟ ଲୋକଙ୍କର ସହାୟତରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ଘଟଣାସ୍ଥଳକୁ ଏନ୍ଡିଆରଏଫ୍ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି। ଦୁର୍ଘଟଣାସ୍ଥଳରେ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ହୋଇଥିବା ବେଳେ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି। ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାରେ ପୀଡିତ ପରିବାର ଲୋକଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି।
ହାୱଡା ହେଲ୍ପଲାଇନ୍ ନମ୍ବର ୦୩୩-୨୬୩୮୨୨୧୭, ଖଡ଼ଗପୁର ହେଲ୍ପଲାଇନ୍ ନମ୍ବର ୮୯୭୨୦୭୩୯୨୫ ଓ ୯୩୩୨୩୯୨୩୩୯, ବାଲେଶ୍ବର ହେଲ୍ପଲାଇନ୍ ନମ୍ବର ୮୨୪୯୫୯୧୫୫୯ ଓ ୭୯୭୮୪୧୮୩୨୨ ଶାଲିମାର ହେଲ୍ପଲାଇନ୍ ନମ୍ବର ୯୯୦୩୩୭୦୭୪୬।
ଘଟଣାସ୍ଥଳରେ ଜିଲାପାଳ ଓ ଏସପି ଉପସ୍ଥିତ ଅଛନ୍ତି । ରାଜସ୍ୱ ମନ୍ତ୍ରୀ ଓ ଏସଆରସି ଙ୍କୁ ଦୂର୍ଘଟଣାସ୍ଥଳକୁ ତୁରନ୍ତ ଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି । ବାଲେଶ୍ୱର ମେଡ଼ିକାଲ କଲେଜ ରୁ ଏକ ଡ଼ାକ୍ତରୀ ଦଳ ଘଟଣାସ୍ଥଳକୁ ଯାଉଛନ୍ତି । ଦୂର୍ଘଟଣାରସ୍ଥଳରେ ୧୦ ରୁ ଅଧିକ ଆମ୍ବୁଲାନ୍ସ ନିୟୋଜିତ ହୋଇଛନ୍ତି ।
ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ୍ ନିକଟ ପଣପଣାଠାରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧-ଅପ୍) ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଟ୍ରେନ୍ଟି ସାଲିମାରରୁ ଚେନ୍ନାଇ ଯାଉଥିଲା। ଏହି ସମୟରେ ଅପରାହ୍ନ ପ୍ରାୟ ୭ଟା ୦୫ ମିନିଟ୍ରେ ବାହାନଗା ଷ୍ଟେସନ୍ ନିକଟରେ ଛିଡ଼ା ହୋଇଥିବା ଏକ ମାଲ୍ବାହୀ ଟେନ୍ ଉପରେ ଏହା ଚଢ଼ିଯାଇଥିଲା। ଫଳରେ ଟ୍ରେନ୍ର ୮ଟି ବଗି ରେଳଧାରଣାରୁ ତଳକୁ ଖସିପଡ଼ିଛି। ଦୁର୍ଘଟଣା ଅତି ଭୟଙ୍କର ଥିଲା ।

Leave a Reply

Your email address will not be published. Required fields are marked *