Monday , October 2 2023
Breaking News
Home / ତାଜା ଖବର / ଆହତ ଙ୍କ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାରେ ସ୍ୱତନ୍ତ୍ର ବ୍ୟବସ୍ଥା

ଆହତ ଙ୍କ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାରେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର, ୦୨/୦୬/୨୦୨୩ (ଓଡ଼ିଶା ସମାଚାର)- କରମଣ୍ଡଳ ଏକ୍ସପ୍ରେସ ଟ୍ରେନ୍ ବାହାନଗା ଠାରେ ଦୂର୍ଘଟଣାଗ୍ରସ୍ତ ହୋଇଛି । ବର୍ତମାନ ସୁଦ୍ଧା ୫୦ ରୁ ଅଧିକ ମୃତ୍ୟୁ ବରଣ କରିଥିବା ଓ ୩୫୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଂଟ୍ରୋଲ ରୁମ ରୁ ପରିସ୍ଥିତି ଉପରେ ନଜର ପକାଇଛନ୍ତି । ଆସନ୍ତା କାଲି ସେ ଘଟଣାସ୍ଥଳକୁ ଯିବେ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳକୁ ଆସୁଛନ୍ତି । ମୃତକ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା, ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ଆହତ ଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି କେନ୍ଦ୍ର ସରକାରଙ୍କ ପକ୍ଷରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି । ଗୁରୁତର ଆହତ ମାନଙ୍କ ପାଇଁ ରକ୍ତର ଆବଶ୍ୟକତା ଦେଖା ଦେଇଛି । ଲୋକମାନଙ୍କ ଜୀବନ ବଂଚାଇବା ପାଇଁ ରକ୍ତ ଦେବାକୁ ବାଲେଶ୍ୱର ହସପିଟାଲରେ ସ୍ୱେଛାସେବୀ ମାନେ ଲମ୍ବା ଧାଡ଼ି ଲଗାଇଛନ୍ତି । ରକ୍ତ ଦେବା ପାଇଁ ଏହି ଧାଡ଼ି ନୁହେଁ , ଏହା ମାନବିକତାର ଧାଡ଼ି । ଉଦ୍ଧାର କାର୍ଯ୍ୟରେ ଏୟାରଷ୍ଟ୍ରିପ୍ ନିଯୁକ୍ତ ହେବେ । ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ରାହୁଲ ଗାନ୍ଧି କଂଗ୍ରେସ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ବର୍ତମାନ ଆଲକା ଲାଇଟ ର ବ୍ୟବସ୍ଥା କରାଯିବା ପରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି । ବାଲେଶ୍ୱର ସାଂସଦ ପ୍ରତାପ ସଢ଼ଙ୍ଗି ବର୍ତମାନ ଘଟଣାସ୍ଥଳରେ ପହଂଚିଛନ୍ତି । ଜରୁରୀ କାଳିନ ନମ୍ବର ଜାରି କରାଯାଇଛି । କଟକ ୮୪୫୫୮୮୯୯୧୭ , ଭୁବନେଶ୍ୱର – ୨୫୩୪୦୨୭
ଆହତ ଙ୍କ ଚିକିତ୍ସା ପାଇଁ କଟକ ଏସସିବି ରେ ୧୦୦ ବେଡ଼ ପ୍ରସ୍ତୁତ କରାଯାଇଥିବାବେଳେ ୧୦୦ ଜଣ ଡ଼ାକ୍ତର ପ୍ରସ୍ତୁତ ହୋଇ ରହିଥିବା କଟକ ଜିଲାପାଳଙ୍କ ସୂଚନା । ଘଟଣାସ୍ଥଳକୁ ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେତେକ ଟ୍ରେନ୍ ବାତିଲ କରାଯାଇଥିବାବେଳେ ଆଉ କେତେକ ଟ୍ରେନ୍ ର ଗତିପଥ ବଦଳା ଯାଇଛି ।

 

Leave a Reply

Your email address will not be published. Required fields are marked *