ଭୁବନେଶ୍ୱର, ୦୨/୦୬/୨୦୨୩ (ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଂଟ୍ରୋଲ ରୁମ ରେ ପହଂଚି ସ୍ଥିତି ଉପରେ ନଜର କରିଛନ୍ତି । ଆସନ୍ତା କାଲି ମୁଖ୍ୟମନ୍ତ୍ରୀ କରମଣ୍ଡଳ ଏକ୍ସପ୍ରେସ ଦୂର୍ଘଟଣାସ୍ଥଳ ପରିଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି । ରେଳ ଦୂର୍ଘଟଣା ସମ୍ପର୍କରେ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୂ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ସଫଳ ଉଦ୍ଧାର କାର୍ଯ୍ୟ ଓ ଆହତ ଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ସେହିପରି ରେଳ ଦୂର୍ଘଟଣା ସମ୍ପର୍କରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ସହିତ କଥା ହୋଇଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ୍ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳକୁ ଆସୁଛନ୍ତି । ଖୁବ ଶୀଘ୍ର ସେ ଦୂର୍ଘଟଣାସ୍ଥଳରେ ପହଂଚିବେ । ସାରା ରାତି ଅପରେସନ୍ ଚାଲିବ । ମୃତ୍ୟୁ ସଂଖ୍ୟା ୫୦ ଟପିଥିବାବେଳେ ଆହତ ମାନଙ୍କ ସଂଖ୍ୟା ୩୦୦ ଟପିଲାଣି । ଦୁଇଟି ଟ୍ରେନ୍ ର ୧୭ ଟି ବଗି ଲାଇନ୍ ଚ୍ୟୁତ ହୋଇଥିବା ଜଣାପଡ଼ିଛି । ୩ ଟି ଏନଡ଼ିଆରଏଫ, ୪ ଟି ଓଡ଼ିଆରଏଫ ଟିମ , ୧୦୦ ରୁ ଅଧିକ ଆମ୍ବୁଲାନ୍ସ ନିୟୋଜିତ ଅଛନ୍ତି ।ଭଦ୍ରକ ପାଇଁ ଜରୁରୀ କାଳିନ ନମ୍ବର – ୮୪୫୫୮୮୯୯୦୦ ଜାରି କରାଯାଇଛି ।