ଭୁବନେଶ୍ୱର, ୦୧/୦୬/୨୦୨୩ (ଓଡ଼ିଶା ସମାଚାର)- ନିକଟସ୍ଥ ଶିଶୁପାଳ ଗ୍ରାମ ପଞ୍ଚାୟତ ଠାରେ ଗୁରୁବାର ଦିନ ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀ ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟନ କରିବା ସହ ଅଞ୍ଚଳର ସହସ୍ରାଧିକ ଜନସାଧାରଣଙ୍କ ବ୍ୟବହାର ପାଇଁ ସମର୍ପିତ କରିଛନ୍ତି। ଏହି ଅବସରରେ ସାଂସଦଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା। ଏହାର ନିର୍ମାଣ ଖର୍ଚ୍ଚ ଭୁବନେଶ୍ୱର ସାଂସଦଙ୍କ ଲ୍ୟାଡ ଫଣ୍ଡରୁ ଭରଣ କରାଯାଇଥିବା ଜଣାପଡ଼ିଛି। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ବାବୁ ସିଂ, ରବି ମହାରଣା, ବିଜେପି ନେତ୍ରୀ ଇଂ. ଦିପ୍ତିରେଖା ପଟ୍ଟନାୟକ, ପ୍ରଦ୍ୟୁମ୍ନ ଜେନା, ପ୍ରଦୀପ୍ତ ଜେନା, ଅଖିଳ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।