Monday , October 2 2023
Breaking News
Home / ତାଜା ଖବର / ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇଛନ୍ତି ଦୁଇ ଛାତ୍ରୀ – –

ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇଛନ୍ତି ଦୁଇ ଛାତ୍ରୀ – –

 ଜଣେ ମୃତ, ଅନ୍ୟ ଜଣେ ନିଖୋଜ , ନିଖୋଜ ଛାତ୍ରୀ ଙ୍କୁ ଉଦ୍ଧାର କାମରେ ଏୟାରକ୍ରାପ୍ଟ ନିୟୋଯିତ

 ଗଞ୍ଜାମ, ୦୧/୦୬/୨୦୨୩ (ଓଡ଼ିଶା ସମାଚାର)-  ଗଞ୍ଜାମ ଜିଲ୍ଲା ଆର୍ୟ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ଆର୍ୟ୍ୟପଲ୍ଲି ଗ୍ରାମରେ ଆଜି ସକାଳେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇଛନ୍ତି ଦୁଇ ଛାତ୍ରୀ। ଆଜି ସକାଳୁ ୫ଜଣ ସାଙ୍ଗ ଗଞ୍ଜାମ ଆର୍ୟ୍ୟପଲ୍ଲୀ ସମୁଦ୍ରକୁ ଗାଧୋଇବାକୁ ଯାଇଥିବା ବେଳେ ୨ଜଣ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଏବେ ବି ନିଖୋଜ ଅଛନ୍ତି । ମୃତ ଛାତ୍ରୀ ଜଣଙ୍କ ହେଲେ କନିଷିର ସ୍ୱପ୍ନାରାଣୀ ପଣ୍ଡିତ । ନିଖୋଜ ଛାତ୍ରୀ ଜଣଙ୍କ ହେଲେ ଶେରଗଡ଼ର ପ୍ରଜ୍ଞାରାଣୀ ତ୍ରିପାଠୀ । ଯାତ୍ରା ଦେଖିବା ପାଇଁ ମାମୁଁଘରକୁ ଯାଇଥିବା ବେଳେ ଆଜି ସକାଳୁ ୫ ଜଣ ସାଙ୍ଗ ମିଶି ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । ସମୁଦ୍ରରେ ୫ଜଣ ସାଙ୍ଗ ଗାଧୋଇବା ବେଳେ ଭାସିଯାଇଥିଲେ । ୩ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୨ ଛାତ୍ରୀ ଭାସିଯାଇଥିଲେ । ନିଖୋଜ ଛାତ୍ରୀ ଙ୍କୁ ଉଦ୍ଧାର କାମରେ ଏୟାରକ୍ରାପ୍ଟ ନିୟୋଯିତ ହୋଇଛି। ନିଖୋଜ ଛାତ୍ରୀଙ୍କୁ ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ । ମଝି ସମୁଦ୍ର ଭିତରେ ଏୟାରକ୍ରାପ୍ଟ ପଇଁନ୍ତରା ମାରୁଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *