ଗଞ୍ଜାମ, ୦୧/୦୬/୨୦୨୩ (ଓଡ଼ିଶା ସମାଚାର)- ନିଖୋଜ ଛାତ୍ରୀ ଙ୍କ ମୃତଦେହ ଉଦ୍ଧାର ହୋଇଛି । ଉଦ୍ଧାର କାମରେ ନିୟୋଯିତ ହୋଇଥିଲା ଏୟାରକ୍ରାପ୍ଟ । ଗଞ୍ଜାମ ଜିଲ୍ଲା ଆର୍ୟ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ଆର୍ୟ୍ୟପଲ୍ଲି ଗ୍ରାମରେ ଆଜି ସକାଳେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇଛନ୍ତି ଦୁଇ ଛାତ୍ରୀ। ଆଜି ସକାଳୁ ୫ଜଣ ସାଙ୍ଗ ଗଞ୍ଜାମ ଆର୍ୟ୍ୟପଲ୍ଲୀ ସମୁଦ୍ରକୁ ଗାଧୋଇବାକୁ ଯାଇଥିବା ବେଳେ ୨ଜଣ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଏବେ ବି ନିଖୋଜ ଥିଲେ । ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି କନିଷିର ସ୍ୱପ୍ନାରାଣୀ ପଣ୍ଡିତ । ନିଖୋଜ ଥିବା ଛାତ୍ରୀ ଜଣଙ୍କ ହେଉଛନ୍ତି ଶେରଗଡ଼ର ପ୍ରଜ୍ଞାରାଣୀ ତ୍ରିପାଠୀ । ନିଖୋଜ ପ୍ରଜ୍ଞାରାଣୀ ତ୍ରିପାଠୀ ଙ୍କ ଉଦ୍ଧାର କାର୍ଯ୍ୟରେ ଏୟାରକ୍ରାପ୍ଟ ନିୟୋଯିତ ହୋଇଥିଲା । ଶେଷରେ ନିଖୋଜ ପ୍ରଜ୍ଞାରାଣୀ ତ୍ରିପାଠୀ ଙ୍କ ମୃତ ଦେହ ଉଦ୍ଧାର ହୋଇଛି ।