Friday , September 22 2023
Breaking News
Home / ସ୍ୱାସ୍ଥ୍ୟ / ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ୱାକାଥନ୍

ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ୱାକାଥନ୍

ଭୁବନେଶ୍ୱର, ୦୧/୦୬/୨୦୨୩ (ଓଡ଼ିଶା ସମାଚାର)-ସ୍ପର୍ଶ ହସପିଟାଲ ଓ ସତ୍ୟନଗର ଲେଡ଼ିଜ ଫୋରମର ମିଳିତ ସହଯୋଗରେ ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ଏକ ୱାକାଥନ୍ ମାଷ୍ଟର କ୍ୟାଣ୍ଟିନ ଛକ ଠାରୁ ଆରମ୍ଭ ହୋଇ ସ୍ପର୍ଶ ହସ୍ପିଟାଲ ପର୍ଯ୍ୟନ୍ତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ଏବଂ ସ୍ପର୍ଶ ହସ୍ପିଟାଲର ଏମ. ଡ଼ି. ପ୍ରିୟବ୍ରତ ଧୀର ଅତିଥି ରୂପେ ଯୋଗ ଦେଇଥିଲେ । ସତ୍ୟନଗର ଲେଡିଜ ଫୋରମର ସଦସ୍ୟ ଶୁଭେଦିତା ରାୟ, ଦୀପ୍ତି ବେହେରା, କାଜଲ ମହାପାତ୍ର, ଦିପ୍ତୀପ୍ରଭା ରଥ, ସରିତା ପଟ୍ଟନାୟକ, ଗୋବିନ୍ଦ ପାତ୍ର, ସସ୍ମିତା ପଟେଲ ଆଦି ଯୋଗଦାନ କରିଥିଲେ । ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ଅନୁରାଧା ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *