Sunday , September 24 2023
Breaking News
Home / ବିଶେଷ / ବିରିଡି ଥାନା ଅଧିକାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବିରିଡି ଥାନା ଅଧିକାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

କଟକ, ୦୧/୦୬/୨୦୨୩ (ଓଡ଼ିଶା ସମାଚାର)- ବିରିଡି ଥାନା ଅଧିକାରୀ ନିରଂଜନ ମଲ୍ଲିକ ଇତି ମଧ୍ୟରେ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଶ୍ରୀ ମଲିକ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଜଗତସିହଂପୁର ଜିଲା ଅତିରିକ୍ତ ଏସପି ଉମେଶ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ଏହି ସଭାରେ ଏସଡିପିଓ ରମେଶ କୁମାର ସିଂ. ଡିଏସିପି ସତ୍ୟନାରାୟଣ ପଟ୍ଟନାୟକ, ଡିଏସପି ସୁବାସ କୁମାର ପଣ୍ଡା, ଡିଏସପି ସରୋଜିନୀ ସିଂହ, ଡିଏସପି ମନୋରଂଜନ ଚୌଧୁରୀଙ୍କ ସମେତ ସମାଜସେବୀ ଚନ୍ଦ୍ରଶେଖର ଦାସ, ନେତ୍ରାନନ୍ଦ ପାତ୍ର, ସାମ୍ବାଦିକ ବସନ୍ତ ବେହେରା, ସାମ୍ବାଦିକ ବିଜୟ ରାଉତ, ସାମ୍ବାଦିକ ଅରୁଣ ଦାସ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ମଲ୍ଲିକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ । ଶ୍ରୀ ମଲ୍ଲିକ ୧୯୮୫ ମସିହାରୁ ପୋଲିସ ବିଭାଗରେ ରହି ସାଧାରଣ ଜନତାଙ୍କ ସେବା କରିଥିବା ବେଳେ ସେ ଜଣେ ପରୋପକାରୀ ବ୍ୟକ୍ତି ବୋଲି ସଭାରେ ଉପସ୍ଥିତ ବକ୍ତାମାନେ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *