ନିରାକାରପୁର, ୦୧/୦୬/୨୦୨୩ (ଓଡ଼ିଶା ସମାଚାର)- ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା କିଛି କୃତୀ ଛାତ୍ର ଛାତ୍ରୀଙ୍କୁ “ସହଯୋଗ” ପରିବାର ତରଫରୁ ଆଜି ଉତ୍ସାହିତ କରିବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବା ପାଇଁ ବିଭିନ୍ନ କଲେଜ ଟପ୍ପର ମାନଙ୍କୁ ଯଥାସମ୍ଭବ ସମ୍ମାନୀତ କରାଯାଇଛି।
ଅନୁଷ୍ଠିତ ସୂତନ୍ତ୍ର କାର୍ଯ୍ୟକ୍ରମରେ ସହଯୋଗ ଦକ୍ଷତା ସମ୍ମାନରେ ନିରାକାରପୁର କ୍ଷେତ୍ରବାସୀ ଡି ଏ ଭି ମହାବିଦ୍ୟାଳୟ ଯୁକ୍ତ ଦୁଇ ବିଜ୍ଞାନ ଟପ୍ପର ଛାତ୍ର ଛାତ୍ରୀ ସୁଭଦ୍ରା ପ୍ରଧାନ, କମାଗୁରୁ ରାମଚନ୍ଦ୍ର କଳ୍ପନା ଜୁନିଅର୍ କଲେଜ ବିଜ୍ଞାନ ଟପ୍ପର ଛାତ୍ର ରୁଦ୍ର ମାଧବ ଦାଶ ଓ ବାଣିଜ୍ୟ ଟପ୍ପର ଛାତ୍ରୀ ତନୁଶ୍ରୀ ତନ୍ମୟୀ ବେହେରା ଙ୍କୁ ଉତ୍ତରୀୟ,ମୂଲ୍ୟବାନ ପୁସ୍ତକ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି।
କାର୍ଯ୍ୟକ୍ରମକୁ ସହଯୋଗ ଆବାହକ ହିମାଂଶୁ ଭୁଷଣ ଚମ୍ପତିରାୟ ପରିଚାଳନା କରିଥିବା ବେଳେ ସହଯୋଗ ସକ୍ରିୟ ସଭ୍ୟ ମନମୋହନ ନାୟକ, ରାଜେଶ ପ୍ରତିହାରୀ, ଅଭିରାମ ପଣ୍ଡା, ବିଦ୍ୟାଧର ବିଶ୍ଵାଳ, ସୁଜାତା ଦାଶ, ପୁରୁଷୋତ୍ତମ ସାହୁ ଓ ମନୋରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କୃତୀ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ସହଯୋଗ ବରିଷ୍ଠ ଉପଦେଷ୍ଟା ଡ ପୂର୍ଣ୍ଣ ଚନ୍ଦ୍ର ଦାଶ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରି ଆଗକୁ ବଢ଼ିବାକୁ ଆହ୍ବାନ କରିଥିଲେ।