Sunday , September 24 2023
Home / ତାଜା ଖବର / କଟକ ବଡ଼ ଡ଼ାକ୍ତରଖାନାରୁ କଏଦି ଚମ୍ପଟ ଛୁ

କଟକ ବଡ଼ ଡ଼ାକ୍ତରଖାନାରୁ କଏଦି ଚମ୍ପଟ ଛୁ

କଟକ, ୦୧/୦୬/୨୦୨୩ (ଓଡ଼ିଶା ସମାଚାର)- କଟକ ଏସସିବି ରୁ ଚମ୍ପଟ ମାରିଛନ୍ତି କଏଦି । ଜଗତସିଂହପୁର ଜିଲାର ଜଣେ ଏକଦି ଚୌଦ୍ୱାର ଜେଲ ରୁ ଏସସିବି ରେ ଗତ ୨୯ ତାରିଖରେ ଚିକିତ୍ସା ପାଇଁ ଭର୍ତି ହୋଇଥିବାବେଳେ ଏସସିବି ରୁ ଚମ୍ପଟ ଛୁ ମାରିଛନ୍ତି ।

ସାଜନ ଦାସ ନାମକ ଅପରାଧୀକୁ ଗତ ୨୯ ତାରିଖରେ ଚିକିତ୍ସା ପାଇଁ କଟକ ବଡ ମେଡିକାଲରେ ଭର୍ତି କରାଯାଇଥିଲା । ହେଲେ ଚକମା ଦେଇ ମେଡ଼ିକାଲ ରୁ ସେ କୁଆଡେ ଖସି ପଳାଇଥିଲା । ତେବେ ତାକୁ ଧରିବାକୁ ପୋଲିସ ପକ୍ଷରୁ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି ।

ପ୍ରକାଶ ଯେ, ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅଂଚଳର ସାଜନ ଏକ ଚୋରି ମାମଲାରେ ଗିରଫ ହୋଇଥିଲା । ତା’ର ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଚିକିତ୍ସା ପାଇଁ ଜେଲ କର୍ତୃପକ୍ଷ କଟକ ବଡ ଡାକ୍ତରଖାନାକୁ ଆଣିଥିଲେ । ଗତ ମଙ୍ଗଳବାର ୩୦ ତାରିଖ ରାତିରେ ନୁ୍ୟ ମେଡିସିନ ୱାର୍ଡରୁ ସେ ଫେରାର ହୋଇଯାଇଥିଲା । ଏ ବାବଦରେ ମେଡିକାଲ ଫାଣ୍ଡିରେ ଅଭିଯୋଗ ହୋଇଛି । ତେବେ ପୋଲିସ ହେପାଜତରୁ କିପରି ସେ ଫେରାର ହେଲା ଓ କିଏ ତାକୁ ଏଥିରେ ସହଯୋଗ କରିଛି ସେନେଇ ଖୋଳତାଡ ଜାରି ରହିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *