Monday , October 2 2023
Breaking News
Home / ବିଶେଷ / ଅବସର ନେଲେ ରାଜ୍ୟ ଗ୍ରନ୍ଥାଗାର ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀଧର ବେହେରା

ଅବସର ନେଲେ ରାଜ୍ୟ ଗ୍ରନ୍ଥାଗାର ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀଧର ବେହେରା

          ଭୁବନେଶ୍ୱର, ୦୧/୦୬/୨୦୨୩ (ଓଡ଼ିଶା ସମାଚାର)-ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ତଥା ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀଧର ବେହେରା ଆଜ ସରକାରୀ ବୃତିରୁ ଅବସର ନେଇଛନ୍ତି  । ଏହି ଅବସରରେ ନିର୍ଦ୍ଧେଶକ ଦିଲ୍ଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଗ୍ରନ୍ଥାଗାରିକ ରୁଦ୍ରପ୍ରସାଦ ବେହେରା, ପଦ୍ମନାଭ ଜେନା, କୁକୁମିନା ଦାସ, ସଳିତା ପାତ୍ର, ବିଦ୍ୟାଧର ପଣ୍ଡା, ମଞ୍ଜୁରାଣୀ ମୁଦୁଲି, କର୍ମଚାରୀବୃନ୍ଦ, ଗ୍ରନ୍ଥାଗାର ଶିକ୍ଷାନବୀଶ, ପାଠକମାନେ ଯୋଗଦେଇ ସମ୍ବର୍ଦ୍ଧନା ଜଣାଇଥିଲେ  । ଗ୍ରନ୍ଥାଗାର ସୂଚନା ବିଜ୍ଞାନ ତାଲିମପ୍ରାପ୍ତ ଶ୍ରୀ ବେହେରା ରାଜ୍ୟ ଗ୍ରନ୍ଥାଗାର ଦାୟିତ୍ୱ ସହିତ  ବିଭାଗର ପୂଜ୍ୟପୂଜା ଦାୟିତ୍ୱରେ ରହି ବିଭିନ୍ନ ବରପୁତ୍ରଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ନିଷ୍ଠାର ସହିତ ସମ୍ପାଦନ କରିଆସୁଛନ୍ତି  । ଓଡ଼ିଶୀ ସଂକୀର୍ତନ, ଲଉଡ଼ିନୃତ୍ୟ, ବିଭିନ୍ନ ଲୋକକଳା ସଂଗଠନ, ଗାନ୍ଧୀ ବିଚାରଧାରା ସହିତ ସେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଛନ୍ତି  । ନିର୍ଦ୍ଧେଶକ ଶ୍ରୀ ରାଉତରାଏ ଶ୍ରୀ ବେହେରାଙ୍କ ଦୀର୍ଘ ସୁସ୍ଥ ନିରାମୟ ଜୀବନ କାମନା କରିବା ସହ ସେ ନିରନ୍ତର ଭାବେ ସମାଜ କଲ୍ୟାଣ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ ବୋଲି ଉପଦେଶ ଦେଇଥିଲେ  ।

Leave a Reply

Your email address will not be published. Required fields are marked *