Friday , September 22 2023
Breaking News
Home / ରାଜନୀତି / ବି ଜେ ଡି ର ନୂତନ ସାଙ୍ଗଠନିକ କାର୍ୟ୍ୟକର୍ତା ଘୋଷଣାନେଇ ସାମ୍ବାଦିକ ସମ୍ମିଳନୀ

ବି ଜେ ଡି ର ନୂତନ ସାଙ୍ଗଠନିକ କାର୍ୟ୍ୟକର୍ତା ଘୋଷଣାନେଇ ସାମ୍ବାଦିକ ସମ୍ମିଳନୀ

 ନିଶ୍ଚିନ୍ତକୋଇଲି, ୩୧/୦୫/୨୦୨୩ (ଓଡିଶା ସମାଚାର /ଅଭୟ ଜେନା)-ଆଗାମୀ ୨୦୨୪ ନିର୍ବାଚନ ପରିପ୍ରେକ୍ଷୀରେ  ବିଜେଡି ଦଳ ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରରେ ସାଙ୍ଗଠନିକ ପୁନର୍ଗଠନ  ମଜବୁତ କରିବା ପାଇଁ ପ୍ରସ୍ତୁତ କର୍ମକର୍ତ୍ତା କୁ ନେଇ ଚାପା ଅସନ୍ତୋଷ ସୃଷ୍ଟି ହୋଇଛି ।ଏହାକୁ କଟକ ଜିଲ୍ଲା  ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକ ରେ ବିଜେଡି ସଂଗଠନ ର କର୍ମୀ ମହଲରେ ଅସନ୍ତୋଷ କୁହୁଳିବା ଆରମ୍ଭ କରଛି ।ବିଶେଷ କରି ସଭାପତି ଚୟନ,ବ୍ଲକ କମିଟି, କାର୍ୟ୍ୟକାରୀ କମିଟି , ପଂଚାୟତ ଗୁଡିକର ପ୍ରର୍ୟ୍ୟବେକ୍ଷକ ଏବଂ ଯୋନ ସଭାପତି ଭଳି ନିଶ୍ଚିନ୍ତକୋଇଲି ବ୍ଲକର ୨୭ ଗୋଟି ପଂଚାୟତରେ ୨୬୮ ଜଣ ନୂତନ ସଦସ୍ୟ ଭାବେ ମନୋନୀତ କରିଛି ବିଜେଡି ଦଳ । ମାହାଙ୍ଗା ବିଧାୟକ ପ୍ରତାପ ଜେନା ଏବଂ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ଙ୍କ ଅନୁମୋଦନ କ୍ରମେ ଏହି କମିଟି ଗୁଡିକ ଆଗାମୀ ଦିନରେ ଦଳ ପାଇଁ ଭଲ କାମ କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିବୃତି ରଖା ଯାଇଛି । ମାତ୍ର ଆଗାମୀ ନିର୍ବାଚନରେ ଯେ ଦଳକୁ ଯଥେଷ୍ଟ କଣ୍ଟକିତ ଓ କଙ୍କରିତ ପଥ ଦେଇ ଅତିକ୍ରମ କରିବାକୁ ପଡି଼ବ,ଏକଥା ହୁଏତ ଏବେ ବୁଝା ପଡିବ ନାହିଁ ବୋଲି ଆଲୋଚନା ହେଉଛି । ଏଥିରେ ଅନେକ ସାମ୍ବାଦିକ ଙ୍କୁ ଡକାଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ସମ୍ମିଳନୀରେ ବ୍ଲକ ସଭାପତି ରମାକାନ୍ତ ମହାନ୍ତି , ଉପାଧ୍ୟକ୍ଷ ଅଶୋକ ଓଝା , ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗିରୀଶ ରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *