Monday , October 2 2023
Breaking News
Home / ତାଜା ଖବର / ପେଷାଦାର ନିଶା ବେପାରୀ ଚକ୍ରଧରକୁ କମିସନରେଟ୍‌ ପୁଲିସ ତଡ଼ିପାର କରିଛି

ପେଷାଦାର ନିଶା ବେପାରୀ ଚକ୍ରଧରକୁ କମିସନରେଟ୍‌ ପୁଲିସ ତଡ଼ିପାର କରିଛି

ଭୁବନେଶ୍ୱର, ୩୧/୦୫/୨୦୨୩ (ଓଡ଼ିଶା ସମାଚାର)- ରାଜଧାନୀ ଭୁବନେଶ୍ବରର  ପେଷାଦାର ନିଶା ବେପାରୀ ଚକ୍ରଧର ସାହୁକୁ କମିସନରେଟ୍‌ ପୁଲିସ ତଡ଼ିପାର କରିଛି। ଚନ୍ଦ୍ରଶେଖରପୁର ଥାନା ଭୋଇସାହିର ପେଷାଦାର ନିଶା ବେପାରୀ ଚକ୍ରଧରକୁ କମିସନରେଟ୍‌ ପୁଲିସ ପକ୍ଷରୁ ୬ ମାସ ପାଇଁ ତଡ଼ିପାର ନୋଟିସ୍‌ କରାଯାଇଛି। ପୁଲିସ ପକ୍ଷରୁ ଓଡ଼ିଶା ଅର୍ବାନ ପୁଲିସ ଆକ୍ଟ-୨୦୦୩ ଧରା-୪୬(କ)(ଖ) ଏବଂ ଓଡ଼ିଶା ଆକ୍ଟ ୮/୨୦୦୭ ଅନୁସାରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଏହି ଆଦେଶ ଇନ୍‌ଫୋସିଟି ଥାନା ଅଞ୍ଚଳ ଓ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ପାଇଁ ବଳବତ୍ତର ରହିବ।ସୂଚନାଯୋଗ୍ୟ, ଚକ୍ରଧର ଜଣେ ଅଭ୍ୟାସଗତ ଓ ପେଷାଦାର ନିଶା ବେପାରୀ। ତା’ ନାଁରେ ୨୦୧୯ ରୁ ୨୦୨୨ ମସିହା ମଧ୍ୟରେ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନାରେ ୩ଟି ନିଶା କାରବାର ଜନିତ ମାମଲା ରୁଜୁ କରାଯାଇଥିଲା।

Leave a Reply

Your email address will not be published. Required fields are marked *