Monday , October 2 2023
Breaking News
Home / ବିଶେଷ / ପୂର୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଅମଲାଙ୍କ ସମୂହ ଛୁଟି ପାଇଁ ଦରଖାସ୍ତ ପ୍ରଦାନ

ପୂର୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଅମଲାଙ୍କ ସମୂହ ଛୁଟି ପାଇଁ ଦରଖାସ୍ତ ପ୍ରଦାନ

କଟକ, ୩୧/୦୫/୨୦୨୩ (ଓଡ଼ିଶା ସମାଚାର)- କଟକ ଆରଏଣ୍ଡବି  ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ସରକାର ଅବହେଳା ପ୍ରଦର୍ଶନ କରୁଥିବା ନେଇ ଗତ ମାସ ୯ ତାରିଖରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚର ନିଷ୍ପତି ଅନୁସାରେ ଜୁନ୍ ପହିଲାରୁ  କର୍ମଚାରୀମାନେ ସମୂହ ଛୁଟିରେ ଯିବାକୁ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଇଛନ୍ତି । ଓଆରଏସପି ନିୟମ -୨୦୧୭ ଅନୁଯାୟୀ ଜିଲ୍ଲାସ୍ତରୀୟ ଅମାଲଙ୍କର ଚାକିରି ପ୍ରବେଶ ଦରମା ବୃଦ୍ଧି କରାଯାଇ ଲେବୁଲ ୪ରୁ ଲେବୁଲ ୯ ପର୍ଯ୍ୟନ୍ତ କରାଯିବାକୁ ଦାବି କରାଯାଇଥିବା ବେଳେ ସରକାରୀ ସ୍ତରରେ ଏଯାଏ କୌଣସି ନିଷ୍ପତି ନିଆଯାଇନାହିଁ । ଏହାର ପ୍ରତିବାଦରେ ସେମାନେ ଜୁନ ୧ରୁ ସମୂହ ଛୁଟିରେ ଯିବାକୁ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଜଣାଇଦେଇଛନ୍ତି ।

Leave a Reply

Your email address will not be published. Required fields are marked *