Friday , September 22 2023
Breaking News
Home / ରାଜନୀତି / ପାଟକୁରା ଭାରତିୟ ଜନତା ପାର୍ଟିର ସମୀକ୍ଷା ବୈଠକ

ପାଟକୁରା ଭାରତିୟ ଜନତା ପାର୍ଟିର ସମୀକ୍ଷା ବୈଠକ

ଯୋଗଦେଲେ ରାଜ୍ୟ ସହ ପ୍ରଭାରୀ ତୋମାର
ଗରଦପୁର, ୩୧/୦୫/୨୦୨୩ (ଓଡ଼ିଶା ସମାଚାର)-ପାଟକୁରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଭାରତିୟ ଜନତା ପାର୍ଟିର ଏକ ସାଙ୍ଗଠନିକ ସମୀକ୍ଷା ବୈଠକ ଆଜି ଗରଦପୁର ବ୍ଲକ୍ ଅନ୍ତର୍ଗତ ମାହାଳ ସ୍ଥିତ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବିଜେପି ରାଜ୍ୟ ସହପ୍ରଭାରୀ ବିଜୟପାଲ ସିଂ ତୋମାର ଯୋଗଦେଇ ଉପସ୍ଥିତ ନେତୃ ମଣ୍ଡଳୀଙ୍କୁ ମାର୍ଗ ଦର୍ଶନ ଦେଇଛନ୍ତି । ପାଟକୁରା ନିର୍ବାଚନ ମଣ୍ଡଳୀରେ ସଂଗଠନକୁ ଆହୁରୀ ଅଧିକ ମଜବୁତ କରିବା ସହ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୯ମ ବର୍ଷ ପୂର୍ତି ଉପଲକ୍ଷେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲା ସଭାପତି କିଶୋର କୁମାର ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡ଼ା ସମୀକ୍ଷା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଜିଲା ପ୍ରଭାରୀ ଜତିନ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସ , ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ , ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ମାନସ ମହାନ୍ତି , ପାଟକୁରା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ବିକ୍ରମାଦିତ୍ୟ ସାହୁ ଯୋଗ ଦେଇଥିଲେ । ବୈଠକରେ ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଜନ ସମ୍ପର୍କ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଭାରୀ ଶ୍ରୀ ତୋମାର ଦାୟିତ୍ୱରେ ଥିବା କମିଟିର କାର୍ଯ୍ୟକର୍ତା ଓ ନେତୃ ମଣ୍ଡଳୀ ଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ବୁଥ୍ ସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରି ସଂଗଠନ ସୁଦୃଢ଼ ପାଇଁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଛି ଦଳ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲା ସମ୍ପାଦକ ପ୍ରଜେଶ ରଂଜନ ନାୟକ, ମଣ୍ଡଳ ସଭାପତି କ୍ଷିରୋଦ ବରାଳ , ବରିଷ୍ଠ ନେତା ପ୍ରସନ୍ନ ପଣ୍ଡା, ବିଜୟ ନାୟକ , ନୀରଂଜନ କର , ଚିତ ରଂଜନ ଚୌଧୁରୀ , ଶ୍ରୀକାନ୍ତ ସେନାପତି , ଭରତ ମଲିକ, ସନାତନ ବେହେରା, ବିଭୁ ପ୍ରସାଦ ପରିଡ଼ା, ସନ୍ତୋଷ ରାଉତରାୟ , କୈଳାଶ ଜେନା, ମମତା ସେଠୀ, ବନ୍ଦନା ରାଶି ରାଉତରାୟ , ଗଗନ ବିହାରୀ ମିଶ୍ର, ନଗେନ ରାଉତ , ଶୁଭ୍ରାନ୍ତ ମହାନ୍ତି , ମହାବୀର ଜେନା , ସୌମ୍ୟ ରଂଜନ ଚାନ୍ଦ, ପ୍ରଶାନ୍ତ ସାମଲ, ସତ୍ୟବ୍ରତ ବେହେରା, ଧିରେନ୍ଦ୍ର ଶତପଥି , ଅଶ୍ୱିନୀ ପରିଡ଼ା , ଦେବେନ୍ଦ୍ର ନାୟକ, ସଦ୍ୟବ୍ରତ ପରିଡ଼ା , ରଂଜିତ ଆଚାର୍ଯ୍ୟ,ଚନ୍ଦନ ରାଉତରାୟ, ହିରଣ୍ୟ ପଣ୍ଡା, ଦେବେନ୍ଦ୍ର ନାୟକ ପ୍ରମୁଖ ଶତାଧିକ ଦଳିୟ କାର୍ଯ୍ୟକର୍ତା ଏଥିରେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *