(ବେଆଇନ ମାଙ୍କଡ଼ା ପଥର ଖଣି ଘଟଣା)
ଖୋର୍ଦ୍ଧା,୩୦/୫/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) – ମୟୁରଝାଲିଆ ବେଆଇନ ମାଙ୍କଡ଼ା ଖଣି ଘଟଣାରେ ଜିଏସଟି କେନ୍ଦ୍ରୀୟ ଟିମ୍ ଚଢାଉ କରିଥିବା ଦେଖିବାକୁ ମିଳିଛି।ଏହି ଘଟଣା କୁ ଆଧାର କରି ଆଜି ଦ୍ବିପହରରେ ରଣପୁର ତହସିଲ୍ ର ତଥ୍ୟ ଆଧାରରେ ଜିଏସଟି ସେଣ୍ଟ୍ରାଲ ଟିମ୍ ରଣପୁର ଥାନା ଚମ୍ପାଗଡ ସ୍ଥିତ ସୁଶାନ୍ତ ବରାଡଙ୍କ ବାସଭବନ ଉପରେ ଚଢ଼ାଉ କରିଛନ୍ତି।
ଜିଏସଟି ଇଣ୍ଟେଲିଜେଣ୍ଟ ଟିମ ଭୁବନେଶ୍ୱର ର ବିଭିନ୍ନ ଖଣି ମାଫିଆ ଙ୍କ ଘରେ ମଧ୍ୟ୍ୟ ଚଢ଼ାଉ କରାଯାଇଥିବା ଆଡିସନାଲ ଆସିଷ୍ଟାଣ୍ଟ ଡାଇରେକ୍ଟର ଶଶାଙ୍କ ଭୁଷଣ ବାରିକ ସୂଚନା ଦେଇଛନ୍ତି । ଆଜି ଜଏସଟି ବିଭାଗ ଖଣି ଲିଜ ଧାରୀ ସୁଶାନ୍ତ ବରାଡ଼ ଙ୍କ ଘରେ ରେଡ କରିଥିଲେ ମଧ୍ୟ ସେମିତି କିଛି କାଗଜ ପତ୍ର ପାଇନଥିବା ସୁଚନା ଦେଇଛନ୍ତି।