Friday , September 22 2023
Breaking News
Home / ଶିକ୍ଷା / କେନ୍ଦ୍ରାପଡା (କଲେଜ)ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ବିଜ୍ଞାନରେ ୯୮.୬ପ୍ରତିଶତ ଓ ବାଣିଜ୍ୟରେ ୯୫.୯ପ୍ରତିଶତ ଫଳାଫଳ

କେନ୍ଦ୍ରାପଡା (କଲେଜ)ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ବିଜ୍ଞାନରେ ୯୮.୬ପ୍ରତିଶତ ଓ ବାଣିଜ୍ୟରେ ୯୫.୯ପ୍ରତିଶତ ଫଳାଫଳ

କେନ୍ଦ୍ରାପଡ଼ା, ୩୧/୦୫/୨୦୨୩ (ଓଡ଼ିଶା ସମାଚାର)- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି +୨ ବିଜ୍ଞାନ ଓ +୨ ବାଣିଜ୍ୟ ଫଳ ପ୍ରକାଶ ପାଇଛି । କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ବିଜ୍ଞାନରେ ୯୮.୬ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ +୨ ବାଣିଜ୍ୟରେ ୯୫.୯ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ବିଜ୍ଞାନରେ ମୋଟ ୫୦୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୪୬ଜଣ, ଦ୍ୱିତୀୟ ଶ୍ରେଣୀରେ ୧୨୫ଜଣ ଓ ତୃତୀୟ ଶ୍ରେଣୀରେ ୨୯ଜଣ ପାସ କରିଥିବା ବେଳେ ୭ଜଣ ଫେଲ ହୋଇଛନ୍ତି । ଚଳିତ ବର୍ଷ +୨ ବିଜ୍ଞାନ ପରୀକ୍ଷା ଫଳ ୯୮.୬ପ୍ରତିଶତ ହୋଇଛି । +୨ ବିଜ୍ଞାନରେ ପାଟକୁରା ଥାନା ଅନ୍ତର୍ଗତ ବାଲିକୁଦା ଗ୍ରାମର ଅର୍ପିତା ପ୍ରିୟଦର୍ଶିନୀ ୫୩୪ମାର୍କ ଅର୍ଥାତ ୮୯ପ୍ରତିଶତ ମାର୍କ ରଖି ପ୍ରଥମ ହୋଇଥିବା ବେଳେ ମହାକାଳପଡା ଥାନା ଅନ୍ତର୍ଗତ ବାରଡାଙ୍ଗ ଗ୍ରାମର ବିଶ୍ୱଜିତ ପ୍ରଧାନ ୫୨୬ ଅର୍ଥାତ ୮୭.୬୭ପ୍ରତିଶତ ମାର୍କ ରଖି ଦ୍ୱିତୀୟ ଓ ମାର୍ଶାଘାଇ ହଳଦିଆ ଗ୍ରାମର ସୁଶ୍ରୀ ସଙ୍ଗୀତା ମହାପାତ୍ର ୫୨୫ ଅର୍ଥାତ ୮୭.୫ପ୍ରତିଶତ ମାର୍କ ରଖର ତୃତୀୟ ହୋଇଛନ୍ତି । ସେହିପରି +୨ ବାଣିଜ୍ୟରେ ମୋଟ ୩୧୯ଜଣ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧୨ଜଣ ପ୍ରଥମ ଶ୍ରେଣୀରେ, ୪୬ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୪୮ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି । +୨ ବିଜ୍ଞାନ ପରୀକ୍ଷାରେ ୪ଜଣ ଛାତ୍ର ୯୦ପ୍ରତିଶତରୁ ଅଧିକ ମାର୍କ ରଖି ପାସ କରିଥିବା ବେଳେ ୨ଜଣ ଛାତ୍ର ୫୩୯ମାର୍କ ରଖିଛନ୍ତି । ଚଳିତ ବର୍ଷ +୨ ବାଣିଜ୍ୟ ପରୀକ୍ଷା ଫଳ ୯୫.୯ପ୍ରତିଶତ ହୋଇଛି । +୨ ବାଣିଜ୍ୟରେ ପଟ୍ଟାମୁଣ୍ଡାଇ ଷଣ୍ଢପଲ୍ଲୀ ଗ୍ରାମର ଲକ୍ଷ୍ମୀପ୍ରିୟା ସାହୁ ୫୫୯ ଅର୍ଥାତ ୯୩.୧୭ପ୍ରତିଶତ ମାର୍କ ରଖି ପ୍ରଥମ ହୋଇଥିବା ବେଳେ ରାଜନଗର ଫିରିଙ୍ଗିଦାଣ୍ଡି ଗ୍ରାମର ଓମପ୍ରକାଶ ନାୟକ ୫୫୧ ଅର୍ଥାତ ୯୧.୮୩ପ୍ରତିଶତ ମାର୍କ ରଖି ଦ୍ୱିତୀୟ ଏବଂ ପଟ୍ଟାମୁଣ୍ଡାଇ ବାଲିପଡା ଗ୍ରାମର ମୋନାଲିଶା ପ୍ରଧାନ ୫୪୯ ଅର୍ଥାତ ୯୧.୫ ପ୍ରତିଶତ ମାର୍କ ରଖି ତୃତୀୟ ଏବଂ ଠାକୁରପାଟଣା ଅନ୍ତର୍ଗତ ମୀର୍ଜାପାଟଣା ଗ୍ରାମର ଅୟେଶା ପରୱିନ ୫୪୪ ଅର୍ଥାତ ୯୦.୬୭ପ୍ରତିଶତ ମାକ୍ର ରଖି ଚତୁର୍ଥ ହୋଇଥିବା କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୨ପରୀକ୍ଷା ସେଲର ଦାୟୀତ୍ୱରେ ଥିବା ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ବିଶ୍ୱରଞ୍ଜନ ପୁହାଣଙ୍କ ଠାରୁ ଜଣା ପଡିଛି ।

Leave a Reply

Your email address will not be published. Required fields are marked *