Friday , September 22 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / କିମ୍ବଦନ୍ତୀ ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ତ୍ରିଧାର ଦ୍ୱାରା ଆୟୋଜିତ ଦେବସ୍ମୃତି ଉତ୍ସବ ୨୦୨୩ରେ ଦେଖିବାକୁ ମିଳିଥିଲା ଓଡ଼ିଶୀ ନୃତ୍ୟର ସମ୍ଭାର

କିମ୍ବଦନ୍ତୀ ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ତ୍ରିଧାର ଦ୍ୱାରା ଆୟୋଜିତ ଦେବସ୍ମୃତି ଉତ୍ସବ ୨୦୨୩ରେ ଦେଖିବାକୁ ମିଳିଥିଲା ଓଡ଼ିଶୀ ନୃତ୍ୟର ସମ୍ଭାର

 ଭୁବନେଶ୍ୱର, ୩୧/୦୫/୨୦୨୩ (ଓଡ଼ିଶା ସମାଚାର)-ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପରେ ଗୁରୁ ଦେବପ୍ରସାଦ ଦାସଙ୍କ ଅନନ୍ୟ ଶୈଳୀକୁ ବଜାୟ ରଖୁଥିବା ଏକ ଅଗ୍ରଣୀ ଅନୁଷ୍ଠାନ ତ୍ରିଧାରାଗୁରୁ ଦେବପ୍ରସାଦଦାସଙ୍କ ସ୍ମୃତିରେ ଦେବସ୍ମୃତି ମହୋତ୍ସବ ୨୦୨୩ର ଆୟୋଜନ କରିଥିଲା। ସ୍ୱର୍ଗତ ଗୁରୁ ଦେବପ୍ରସାଦ ଦାସଙ୍କ ଅନନ୍ୟ ଶୈଳୀ (ଘରାନା)କୁ ଓଡ଼ିଶୀ ନୃତ୍ୟ ରୂପରେ ପ୍ରଦର୍ଶନ ଓତାର ପ୍ରଚାର କରିବା ସହ ଓଡ଼ିଶୀ ନୃତ୍ୟକୁ ପାରମ୍ପରିକ ଆଦିବାସୀ ଓ ଲୋକନୃତ୍ୟରେ ସଂଯୋଗ କରାଇବା ଏହି ମହୋତ୍ସବ ଆୟୋଜନର ଉଦ୍ଦେଶ୍ୟ।

ଏହି ଉତ୍ସବର ପ୍ରାରମ୍ଭରେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ଵର ମଧ୍ୟର ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା;ଭଣ୍ଡାରୀପୋଖରୀର ମାନ୍ୟବର ବିଧାୟକ ପ୍ରଫୁଲ୍ଲ ସାମଲ;ହେମରାଜ ଫିଲ୍ମର ପ୍ରଯୋଜକ ଲକ୍ଷ୍ମୀନାରାୟଣ ଅଗରୱାଲ;ତ୍ରିଧାରାର କାର୍ଯ୍ୟକାରୀ ସଭାପତି ସିମାଞ୍ଚଳ ପଣ୍ଡା, ତ୍ରିଧାରାରନିର୍ଦ୍ଦେଶକ ଗୁରୁ ଗଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ନ୍ଧ୍ୟାରେ ପ୍ରଥମ ଓଡ଼ିଶୀ ପରିବେଷଣରେ ଥିଲା ମଙ୍ଗଳଚରଣ- ଲକ୍ଷ୍ମୀ ନୃସିଂହ ଧ୍ୟାନଯାହାକୁ ନୃତ୍ୟ ମାଧ୍ୟମରେ ଉପସ୍ଥାପନ କରିଥିଲେ ଜି. ନାଗେଶ୍ୱରୀ, ପ୍ରଭୁତୋଷ, ଦୀପିକା, ରିତିକା, ବିଧି, ମୋକ୍ଷଦା, ରୁତୁଜା ଓ ଅନ୍ଵେଷା ପରେ ପରେ ପରିବେଷିତ ହୋଇଥିଲା ଓଡ଼ିଆ ଅଭିନୟ ମାନଉଧାରଣ ଯାହାକୁ ନୃତ୍ୟ ମାଧ୍ୟମରେ ଉପସ୍ଥାପନ କରିଥିଲେ ମୋନାଲିଶା, ସୁଶ୍ରୀ, ମୁସ୍କାନ ଓ ପ୍ରିୟଦର୍ଶିନୀ ।

ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା କେଡେ ଛାନ୍ଦ ଜାଣେ ଲୋ ସହିଯାହାକୁ ଉପସ୍ଥାପନା କରିଥିଲେ ଦିବ୍ୟଶ୍ରୀ, ସଲୋନୀ, ଲକ୍ଷ୍ମୀପ୍ରିୟା ଓ ଶିବାନୀ ପରେ ପରେ ତନିଶା, ଶୁଭଶ୍ରୀ ପ୍ରଧାନ, ଦିଶା, ଶୁଭଶ୍ରୀ ପାଇକରାୟ, ପ୍ରତିଜ୍ଞାନ, ସୋନାକ୍ଷୀ, ସିମରନ, ଅଙ୍କିତା ଓ ପ୍ରିୟାଂଶୀଙ୍କ ଦ୍ୱାରା ପରିବେଷିତ ହୋଇଥିଲା ଦଶାବତାର। ଏହାପରେ ଆରାଧ୍ୟ ପତି, ସିଦ୍ଧିକ୍ଷା, ଆରାଧ୍ୟ ପ୍ରିୟଦର୍ଶିନୀ, ଶ୍ରୀଜିତା ଓ ଆରାଧ୍ୟ ଲାଲଙ୍କ ଦ୍ୱାରା ଉଠିଲୁ ଏଡ଼େ ବେଗିପରେପରେ ସଙ୍ଘମିତ୍ରା ଓ ବିଧିଙ୍କ ଦ୍ୱାରା ଦୈତ୍ୟ ଓଡ଼ିଶୀନୃତ୍ୟ ଅର୍ଦ୍ଧନାରୀଶ୍ୱରପରିବେଶିତହୋଇଥିଲା । ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ପଦ୍ମିନୀ ଲାଲ୍, ରିତିକା, ମୋକ୍ଷଦା, ସୋନାକ୍ଷୀ, ସୁଶ୍ରୀ ଓ ମୁସ୍କାନଙ୍କ ଦ୍ୱାରା ପରିବେଷିତ ରାମ ଭଜନ। ସନ୍ଧ୍ୟାର ଶେଷ ପ୍ରସ୍ତୁତିଟି ଥିଲା ମୋକ୍ଷ ଯାହାକୁ ନୃତ୍ୟ ମାଧ୍ୟମରେ ଉପସ୍ଥାପନ କରିଥିଲେ ପ୍ରଭୁତୋଷ, ରିତିକା, ମୋକ୍ଷଦା ଓ ବିଧି । ସମସ୍ତ ନୃତ୍ୟର ସଂରଚନା କରିଥିଲେ ଗୁରୁ ଗଜେନ୍ଦ୍ର କୁମାର ପଣ୍ଡା। ନୃତ୍ୟ ସମୟରେ ତ୍ରିଧାରାର ନୃତ୍ୟଶିଳ୍ପୀମାନେ ଚମତ୍କାର ନିର୍ଭୁଲ ଓ ଆକର୍ଷଣୀୟ ଅଙ୍ଗଭଙ୍ଗୀ ସାଙ୍ଗକୁ ତାଳ, ଲୟ ଓ ଛନ୍ଦର ସମିଶ୍ରଣରେ ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ମନ୍ତ୍ରମୁଗ୍ଧ କରି ରଖିଥିଲେ।

ଏହି ଉତ୍ସବକୁ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଆୟୋଜିତ କରାଯାଇଥିଲା । ଡକ୍ଟର ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *