କଟକ ସଦର , ୩୧/୦୫/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଦେଶରେ ଭ୍ରାମ୍ୟଭାଷ ସେବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିବା ଜିଓ ଏବେ ୫-ଜି ସେବା ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଆଜି ବୁଧବାର ଦିନ କନ୍ଦରପୁର ଠାରେ ଏହି ନେଟୱାର୍କିଂ ସେବା ଲଞ୍ଚ କରିଛି । ଏଥିପାଇଁ ଗ୍ରାହକ ଓ ଲୋକଙ୍କ ମଧ୍ୟରେ ଉତ୍ସାହ ଓ ଖୁସିର ଲହରୀ ଦେଖିବାକୁ ମିଳିଛି। ଏହି ଅବସରରେ ଜିଓ ର ସିକୃତୀ ପ୍ରାପ୍ତ ଡିଷ୍ଟ୍ରିଵ୍ୟୁଟର (ପ୍ରଜ୍ଞା ଏଜେନ୍ସି) ପ୍ରମୋଦ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଓଡ଼ିଶା ଡିଷ୍ଟ୍ରିଵ୍ୟୁସନ ମୂଖ୍ୟ ଅମିତାଭ ରଂଜନ,କଟକ ଜିଲ୍ଲା ମୂଖ୍ୟ ଉଲ୍ଲାସ କୁମାର ଦଣ୍ଡପାଟଙ୍କ ସମେତ ‘ କଟକ ସଦର ବିଚାର ମଞ୍ଚ’ ସଭାପତି ବରିଷ୍ଠ ସାମ୍ବାଦିକ ଵିଷ୍ଣୁ ଚରଣ ବେହେରା, ବିଶିଷ୍ଟ କ୍ରିଡ଼ାଵିତ୍ ତଥା ସମାଜସେବୀ ସମିର କୁମାର ସେନାପତି, ଆଡଭୋକେଟ ଇମତିଆଜ୍ ଅଲ୍ଲି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କେକ୍ କାଟି ବ୍ୟବସ୍ଥାକୁ ଉଦଘାଟନ କରିଥିଲେ। ପରିଚାଳନାରେ ଦିଲ୍ଲିପ ପଟ୍ଟନାୟକ (ଦିଲୁ), ଵିଭୁରଞ୍ଜନ ବେହେରା (ହାପି) ଙ୍କ ସମେତ ଅନ୍ୟାନ୍ୟ ମାନେ ସହାୟତା ଯୋଗାଇ ଥିଲେ ।