Friday , September 22 2023
Breaking News
Home / କ୍ରୀଡ଼ା / ଆସନ୍ତା ଶିକ୍ଷା ବର୍ଷ ରୁ ବିଦ୍ୟାଳୟ ପାଠ୍ୟକ୍ରମରେ କ୍ରୀଡା ବିଷୟ ସ୍ଥାନ ପାଇବ

ଆସନ୍ତା ଶିକ୍ଷା ବର୍ଷ ରୁ ବିଦ୍ୟାଳୟ ପାଠ୍ୟକ୍ରମରେ କ୍ରୀଡା ବିଷୟ ସ୍ଥାନ ପାଇବ

ଭୁବନେଶ୍ୱର, ୩୧/୦୫/୨୦୨୩ (ଓଡ଼ିଶା ସମାଚାର)- ଆସନ୍ତା ଶିକ୍ଷା ବର୍ଷ (୨୦୨୪-୨୫)ରୁ ବିଦ୍ୟାଳୟ ପାଠ୍ୟକ୍ରମରେ କ୍ରୀଡା ବିଷୟବସ୍ତୁ ସ୍ଥାନ ପାଇବ। ପରବର୍ତ୍ତୀ ସମୟରେ ଏହାକୁ ବାଧ୍ୟତାମୂଳକ କରାଯିବ ବୋଲି  କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି। କ୍ରୀଡ଼ା ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ପୁରୁଷ ହକି ବିଶ୍ୱକପ ଆୟୋଜନ କରି ଓଡ଼ିଶା ହକି ର ହବ ପାଲଟିଛି । କ୍ରୀଡା ପାଇଁ ୧୨୧୭ କୋଟି ଟଙ୍କାର ବଜେଟ ବ୍ୟୟ ବରାଦ ହୋଇଛି। କ୍ରୀଡା ପାଇଁ ୨ ହଜାର ୫ ଶହ କୋଟିର ପ୍ରୋଜେକ୍ଟ ଓଡ଼ିଶାରେ ଚାଲୁରହିଛି। କର୍ପୋରେଟ ଓ କ୍ରୀଡାବିତ୍‌ଙ୍କୁ ନେଇ ହାଇ ପରଫର୍ମାନ୍ସ ସେଣ୍ଟର ଆରମ୍ଭ କରାଯାଇଛି। ହକିର ଏନ୍ତୁଡିଶାଳ ଭାବେ ସୁନ୍ଦରଗଡ଼ ଜିଲ୍ଲାରେ ୧୭ଟି ଆଷ୍ଟ୍ରୋ-ଟର୍ଫ ହକି ପଡ଼ିଆ ନିର୍ମାଣ ହୋଇଛି। ଏଥିସହ ରାଜ୍ୟର ସହରାଞ୍ଚଳରେ ୯୦ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା ସହ ୬ଟି ଫିଫା ଷ୍ଟାଣ୍ଡାର୍ଡ ପିଚ ବିକଶିତ ହୋଇଛି। କ୍ରୀଡା ବିଭାଗ ଓଡ଼ିଶାରେ କ୍ରିକେଟ ଉପରେ ଆଗାମୀ ଦିନରେ ଫୋକସ କରିବ।

Leave a Reply

Your email address will not be published. Required fields are marked *