ଭୁବନେଶ୍ବର, ୩୦/୦୫/୨୦୨୩ (ଓଡ଼ିଶା ସମାଚାର)- ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ଅଧ୍ୟକ୍ଷ ଡ. ସତ୍ୟଜିତ ମହାନ୍ତି ସୋମବାର ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରି ୨୦୨୨-୨୩ ବର୍ଷର ବାର୍ଷିକ ବିବରଣୀ ଉପସ୍ଥାପନ କରିଛନ୍ତି। ନିଯୁକ୍ତି କ୍ୟାଲେଣ୍ଡରରେ ବିଜ୍ଞପ୍ତି ଅନୁଯାୟୀ ଆୟୋଗ ସମସ୍ତ ନିଯୁକ୍ତି ପ୍ରତିବଦ୍ଧତା ପୂରଣ କରିଥିବା ହେତୁ ୨୦୨୨-୨୩ ବର୍ଷ ଓଡ଼ିଶା ଲୋସେବା ଆୟୋଗ ପାଇଁ ପଥପ୍ରଦର୍ଶକ ଭାବେ ବିବେଚନା କରାଯିବ। ଏହି ସମୟ ମଧ୍ୟରେ ବର୍ଗ-ଏ ଏବଂ ବର୍ଗ-ବି ସେବାରେ ନିଯୁକ୍ତି ପାଇଁ ୩୭୧୮ ଜଣ ପ୍ରାର୍ଥୀଙ୍କ ନାମ ସୁପାରିସ କରାଯାଇଛି। ୨୦୨୩-୨୪ ବର୍ଷରେ ସରକାରଙ୍କ ବିଭିନ୍ନ ବିଭାଗରେ ୫୦୦୦ରୁ ଅଧିକ ପଦ ପାଇଁ ନିଯୁକ୍ତି କ୍ୟାଲେଣ୍ଡର ପ୍ରସ୍ତୁତ ହୋଇସାରିଛି ଏବଂ ଆୟୋଗ ସମୟୋଚିତ ପଦକ୍ଷେପ ନେଉଛନ୍ତି।
ରାଜ୍ୟ ସରକାରଙ୍କ ବର୍ଗ -ଏ ଓ ବର୍ଗ-ବି ପଦ ପାଇଁ ସୁପାରିସ କରାଯାଇଥିବା ୩୭୧୮ ପ୍ରାର୍ଥୀଙ୍କ ମଧ୍ୟରୁ ୧୫୧୦ ମହିଳା ଅଛନ୍ତି। ଯାହାକି କୃତକାର୍ଯ୍ୟ ପ୍ରାର୍ଥୀଙ୍କ୍ଥୀଙ୍କର ୪୦%। ଅନୁସୂଚିତ ଜାତି ବର୍ଗର ୩୮୯ ଜଣ ଏବଂ ଅନୁସୂଚିତ ଜନଜାତି ବର୍ଗର୍ର ୪୪୩ ପ୍ରାର୍ଥୀ ଥିଲେ। ୨୦୨୨-୨୩ ନିଯୁକ୍ତି ବର୍ଷ ରେ ୧୨୦୫ ସହକାରୀ ସର୍ଜନ (ମେଡିକାଲ ଅଫିସର), ୩୫୬ ଭେଟେନାରୀ ଆସିଷ୍ଟାଣ୍ଟ ସର୍ଜନର୍ଜନ, ସରକାରୀ ମେଡିକାଲ କଲେଜରେ ୨୫୦ ଆସିଷ୍ଟାଣ୍ଟ ପ୍ରଫେସର, ସରକାରୀ ଡିଗ୍ରୀ କଲେଜ ପାଇଁ ୩୪୭ ଆସିଷ୍ଟାଣ୍ଟ୍ ପ୍ରଫେସର, ବିଏଡ୍ କଲେଜ ପାଇଁ ୩୨୯ ଆସିଷ୍ଟାଣ୍ଟ୍ ପ୍ରଫେସର, ୨୪୪ ସ୍ନାତକୋତ୍ତର ଶିକ୍ଷକ, ଓଡ଼ିଶା ସିଭିଲ ସର୍ଭିସ ପାଇଁ ୩୯୨ ପ୍ରାର୍ଥୀ, ୧୧୫ ସହକାରୀ ମତ୍ସ୍ୟ ଅଧିକାରୀ ଓ ୧୦୨ ସହକାରୀ କୃଷି ଯନ୍ତ୍ରୀ ପଦ ପାଇଁ ସୁପାରିସ କରାଯାଇଛି। ୨୦୨୨-୨୩ରେ ୧୭ଟି ସରକାରୀ ବିଭାଗ ନିମନ୍ତେ ଆୟୋଗ ମୋଟ ୨୬୫୦ଟି ପଦୋନ୍ନତି ପାଇଁ ସହମତି ପ୍ରକାଶ କରିଥିବାବେଳେ ୨୮୬ଟି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସହମତି ପ୍ରଦାନ କରିଛନ୍ତି।