କେନ୍ଦ୍ରାପଡ଼ା, ୨୯/୦୫/୨୦୨୩ (ଓଡ଼ିଶା ସମାଚାର)- ଓଡିଶା ସଂସ୍କୃତି କଳା ଏକାଡେମୀ ଓ ସଂଗୀତ ମୂର୍ଛନା ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ମହୋତ୍ସବରେ କେନ୍ଦ୍ରାପଡା ଜିଲାର ମିର ସମସୁଲ ହକ୍ ଙ୍କୁ ଶ୍ରୀକ୍ଷେତ୍ର ରତ୍ନ ସମ୍ମାନ – ୨୦୨୩ ରେ ସମ୍ମାନିତ କରାଯାଇଛି । ଏହି ଉପଲକ୍ଷେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସଂଗୀତ ନିର୍ଦେଶକ ଦିନେଶ ମଲ୍ଲିକଙ୍କ ସଭାପତିତ୍ୱରେ ପୁରୀ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ମୁଖ୍ୟବକ୍ତା ଭାବେ ଶଙ୍କର୍ଷଣ ପରିଡା, ସମ୍ମାନୀତ ଅତିଥି ଭାବେ ଡଃ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଡିଓ ପ୍ରଦୀପ କୁମାର ସେଠୀ, ଗୁରୁ ପ୍ରଦୀପ କୁମାର ଦାସ, ବିଶିଷ୍ଟ ଅତିଥି ଭାବେ ପୂର୍ବତନ କୁଳପତି ହରେକୃଷ୍ଣ ଶତପଥୀ ପ୍ରମୁଖ ଯୋଗଦେଇ ମୀର ସମସୁଲ ହକ୍ ଙ୍କୁ ପୁଷ୍ପଗୁଛ, ଉତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ଶ୍ରୀକ୍ଷେତ୍ର ରତ୍ନ ସମ୍ମାନ – ୨୦୨୩୨ରେ ସମ୍ବର୍ଦ୍ଧିତ କରିଥିଲେ ।
ଅନୁଷ୍ଠାନର ପ୍ରତିଷ୍ଠାତା ଓ ନିର୍ଦେଶକ ବସନ୍ତ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ସୁବାଷ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଶ୍ରୀକ୍ଷେତ୍ର ରତ୍ନ ସମ୍ମାନ – ୨୦୨୩ ଭାବରେ ହାସଲ କରିଥିବା ମିର ସମସୁଲ ହକ୍ କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ତଳକୁସୁମା ଗୋବିନ୍ଦପୁର ବିଦ୍ୟାଳୟରେ ଶିକ୍ଷକତା କରନ୍ତି । ସେ ଏକାଧାରରେ ଜଣେ ତ୍ରିଭାଷି କବି ଓ ଭାଷ୍ୟକାର । ଲୋକ ପ୍ରିୟ ଶିକ୍ଷକ ଭାବେ ସେ କେନ୍ଦ୍ରାପଡ଼ା ଜିଲାରେ ବେଶ୍ ଜଣାଶୁଣା । ଆହୁରୀ ମଧ୍ୟ ମିର ସମସୁଲ ହକ୍ ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଣାକୁଡ଼ା ର ଅଧିବାସୀ ଓ ତେଣ୍ଡାକୁଡ଼ା ଫଜଲହକ୍ ହାଇସ୍କୁଲ ର ଜଣେ ପୁରାତନ ଛାତ୍ର ଅଟନ୍ତି ।