ଢେଙ୍କାନାଳ,୩୦/୦୫/୨୦୨୩ (ଓଡ଼ିଶା ସମାଚାର)- ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ‘ମହିମା ସେତୁ’ ଖଣି ଓ ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଦ୍ୱାରା ସୋମବାର ଲୋକାର୍ପିତ ହୋଇଛି। ଯୋରନ୍ଦା କାଲୁରିଆ ଠାରେ ୨୫୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୮୬୨ ମିଟର ଲମ୍ବର ଏହି ସେୁତୁ ଲୋକାର୍ପିତ ହେବା ପରେ ଯୋରନ୍ଦାର କାଲୁରିଆ ସହ ଭୁବନ ବ୍ଲକର ଦିଘିକୁ ସଂଯୋଗ କରୁଛି। ଏହି ନବନିର୍ମିତ ସେତୁଦ୍ୱାରା ଢେଙ୍କାନାଳ ସଦର, ଗଁଦିଆ, କାମାକ୍ଷାନଗର, ଭୁବନ ଆଦି ଚାରେଟି ବ୍ଲକର ୬୨ ଟି ଗ୍ରାମକୁ ଯାତାୟତରେ ଅନେକ ସୁବିଧା ହୋଇପାରିବ। ଏହାଛଡା ବିଶ୍ୱପ୍ରସିଦ୍ଧ ଯୋରନ୍ଦାକୁ ଦକ୍ଷିଣ ଓଡ଼ିଶା ବାସୀଙ୍କ ପାଇଁ ଯିବା ଆସିବାର ମାଧ୍ୟମ ପାଲିଟିବ। ଯୋରନ୍ଦାଠାରେ ଆୟୋଜିତ ଏକ ସଭାରେ ୫ଟି ସଚିବ ଭି.କେ ପାଣ୍ଡିଣ୍ଡିଆନ ଏହି ସେତୁର ନାମକୁ ‘ମହିମା ସେତୁ’ ଭାବେ ନାମ କରଣ କରାଯିବା କଥା ଘୋଷଣା କରିଥିଲେ।