ନିରାକାରପୁର, ୩୦/୦୫/୨୦୨୩ (ଓଡ଼ିଶା ସମାଚାର)- ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ କାର୍ଯ୍ୟ ଶେଷ ହେବାର କିଛି ଦିନ ମଧ୍ୟରେ ରାସ୍ତା ଆରମ୍ଭରୁ ଲାଗିଥିବା କାର୍ଯ୍ୟର ସମ୍ପୂର୍ଣ ବିବରଣୀ ଓ ଠିକାଦାରଙ୍କ ନାମ ଫଳକ କୁ କେହି କାଢି ନେଇଯାଇଛି। ଯାହାକି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଟାଙ୍କୋଳ ପଞ୍ଚାୟତ ହେମନ୍ତପୁର ହଜ – ବଡପୋଖରିଆ ପିଡବ୍ଲୁଡ଼ି ରାସ୍ତାକୁ ସଂଯୋଗ କରି ସରପାରୀ ଗ୍ରାମ ପର୍ଯ୍ୟନ୍ତ ଆସିଛି। ଉକ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ର ହେମନ୍ତପୁର ଠାରେ ଲାଗିଥିବା ବିବରଣୀ ନାମଫଳକ ଟି ଲାଗିଥିଲା।ଏହି ଫଳକରେ କାର୍ଯ୍ୟ କରୁଥିବା ଠିକାଦାର ନାମ, ସମୁଦାୟ କାର୍ଯ୍ୟ ପାଇଁ ବରାଦ ଅର୍ଥର ପରିମାଣ, କାର୍ଯ୍ୟରେ ଉପଯୋଗ ହୋଇଥିବା ବିଭିନ୍ନ ସାମଗ୍ରୀ ଓ ତାର ପରିମାଣ ସହିତ ଏହି ରାସ୍ତାର ଓସାର,ଲମ୍ବା ଏବଂ ଏହି ରାସ୍ତାର ଗ୍ୟାରେଣ୍ଟି ପିରିୟଡ଼ ବିଷୟରେ ଉଲ୍ଲେଖ ଥିଲା। ଯାହା ଜନସାଧାରଣଙ୍କୁ ସୂଚନା ପ୍ରଦାନ କରୁଥିଲା। କିନ୍ତୁ ଏହି ସୂଚନା ଫଳକଟି କାଢି ନିଆ ଯିବା ଫଳରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।