Monday , October 2 2023
Breaking News
Home / ତାଜା ଖବର / ପୋଲ ଭୁଶୁଡ଼ି ନାବାଳିକା ଗୁରୁତର ଆହତ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ

ପୋଲ ଭୁଶୁଡ଼ି ନାବାଳିକା ଗୁରୁତର ଆହତ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ

କଟକ, ୩୦/୦୫/୨୦୨୩ (ଓଡ଼ିଶା ସମାଚାର/ଦେବାଶିଷ ରଥ)- ପୁରୀଘାଟ ଥାନା ଅନ୍ତର୍ଗତ କେଶରପୁର ନିକଟରେ ଆଜି ପୋଲ ଭୁଶୁଡ଼ିବା କାରଣରୁ ଗୁରୁତର ଆହତ ହୋଇଥିବା ନାବାଳିକାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ନାବାଳିକା ହେଉଛନ୍ତି  କେଶପୁର ନୂଆ ରାଉସପାଟଣା ଅଞ୍ଚଳର ମୋହିନୀ ଦାସ (୧୭)। ସେ ଇମର୍ତ୍ତି ଦେବୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ୨ର ଛାତ୍ରୀ ଥିଲେ।

ସୂଚନା ଅନୁସାରେ ଆଜି ଅପରାହ୍ନରେ  ନାବାଳିକା ଜଣକ ପାଇପ୍ ଡେଇଁ ପୋଲ ଉପରକୁ ଯାଉଥିଲେ। ଏହି ସମୟରେ ବକ୍ସ ଡ୍ରେନ୍ ଉପରେ ଯାଇଥିବା ପୁରୁଣା ଲୁହା ପୋଲ ଭୁଶୁଡ଼ି ପଡ଼ିବାରୁ ଏହି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା। ସେ ପୋଲ ଓ କଡ଼ରେ ଥିବା ଲୁହା ପାଇପ୍ରେ ଚାପି ହୋଇଯାଇଥିଲେ। ଚାପି ହୋଇ ରହିଥିବା ନାବାଳିକା ଙ୍କୁ ବହୁ କଷ୍ଟରେ ୪୫ମିନିଟ ପରେ କ୍ରେନ ସାହାଯ୍ୟରେ ପାଇପ ତାଡ଼ିବ ପରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର କରାଯାଇ ପ୍ରଥମେ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅଶ୍ବିନୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *