Monday , October 2 2023
Breaking News
Home / ତାଜା ଖବର / ତହସିଲ ଅଫିସ ଉପର ମହଲାରେ ଜାଣେ କାର୍ୟ୍ୟରତ ଆରଆଇଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ତହସିଲ ଅଫିସ ଉପର ମହଲାରେ ଜାଣେ କାର୍ୟ୍ୟରତ ଆରଆଇଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ନିଶ୍ଚିନ୍ତକୋଇଲି,୩୦/୦୫/୨୦୨୩(ଓଡିଶା ସମାଚାର /ଅଭୟ ଜେନା )-  କଟକ ଜିଲା ନିଶ୍ଚିନ୍ତକୋଇଲି ତହସିଲ ଅଧୀନରେ ଥିବା  ତରତ ସେକ୍ସନରେ ରାଜସ୍ୱ ନିରୀକ୍ଷକ (ଆର ଆଇ) ଭାବେ କାର୍ୟ୍ୟକରୁଥିବା ସଞ୍ଜୟ ଦାସ ତହସିଲ ଅଫିସ ଉପର ମହଲାରେ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଛି  ।  କେଉଁ କାରଣ ରୁ ଏହା ଘଟିଛି  ସଠିକ ଭାବେ  ଜଣାପଡିନାହିଁ  । ତେବେ ବଦଳି ନେଇ କିଛିଦିନ ହେବ ସେ ମାନସିକ ଚାପରେ ଥିଲେ । ସମ୍ଭବତଃ ସେଥିପାଇଁ ହୁଏତ ସେ ଚରମ ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ମୃତକର ଝିଅ କହିଛନ୍ତି। ତେବେ ସେଭକି କିଛି ମାନସିକ ଚାପ ଭିତରେ ସେ ଥିବା ସତ୍ୟତା କିଛି ଏବଂ ତଦନ୍ତ ପରେ ହିଁ ସତ୍ୟାସତ୍ୟ ଜଣାପଡିବ ବୋଲି ତହସିଲଦାର କହିଛନ୍ତି।   ନିଶ୍ଚିନ୍ତକୋଇଲି ପୋଲିସ  ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *