ନିରାକାରପୁର, ୩୦/୦୫/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଛଣଗିରି ୟୁଥ୍ କ୍ଲବ୍ ଦ୍ଵାରା ପ୍ରଭୁ ଗୋପାଳ ଜି ମନ୍ଦିର ପରିସର ସଫା କରା ଯାଇଛି। ମନ୍ଦିର ପରିସରରେ ପଡ଼ିଥିବା ଅଳିଆ ଆବର୍ଜନା ସହିତ ଉଠିଥିବା ଅନାବନା ଗଛକୁ କାଟି ସଫା କରାଯାଇଛି।
ଏହି କାର୍ଯ୍ୟକ୍ରମରେ କ୍ଲବ୍ ର ସେକ୍ରେଟାରୀ ବିନାୟକ ଚନ୍ଦ୍ର ବେହେରା, ଟୁଟୁ ଭୋଇ, ଦିଲିପ କୁମାର ସେଠୀ,ବାସୁଦେବ ବେହେରା ପ୍ରମୁଖ ସାମିଲ ହୋଇ ସୁଚାରୁରୂପେ ସଫେଇ କାର୍ଯ୍ୟ କରିଥିଲେ ।