Monday , October 2 2023
Breaking News
Home / ବିଶେଷ / କଟକ ଗ୍ରାମାଞ୍ଚଳ ଏସପିଙ୍କ ହସ୍ତକ୍ଷେପ ଲୋଡିଲେ ପୀଡ଼ିତା ମହିଳା

କଟକ ଗ୍ରାମାଞ୍ଚଳ ଏସପିଙ୍କ ହସ୍ତକ୍ଷେପ ଲୋଡିଲେ ପୀଡ଼ିତା ମହିଳା

କଟକ ସଦର ୩୦/୦୫/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କିଶନନଗର ତହସିଲଦାରଙ୍କ ଦ୍ବାରା ଦୁର୍ବ୍ୟବହାର ଶିକାର ହୋଇଥିବା ପୀଡ଼ିତ ମହିଳା କିଶନନଗର ଥାନାରେ ଅଭିଯୋଗ କରିଥିଲେ ବି କିଛି ସୁଫଳ ନମିଳିବାରୁ ଶେଷରେ ଆଜି ମଙ୍ଗଳବାର ଦିନ ନ୍ୟାୟ ପାଇଁ କଟକ ଗ୍ରାମାଞ୍ଚଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ  ଙ୍କ ନିକଟରେ ଫେରାର ହୋଇଥିବା ଜଣାପଡିଛି। ଘଟଣାକ୍ରମ ଏଇଆ ଯେ କିଶନନଗର ତହସିଲ ଘେରିବା ଅଭିଯୋଗରେ ତହସିଲଦାରଙ୍କ ଏତଲା କ୍ରମେ ୪ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ।ହେଲେ ଏଥିରେ ଟିକିନା ସାହୁ ନାମକ ଜଣେ ବ୍ୟକ୍ତି ସମ୍ପୃକ୍ତ ନଥିବା କିମ୍ବା ଘଟଣା ଦିନ କିଶନନଗର ଅଞ୍ଚଳରେ ନଥିଲା ବେଳେ ତାଙ୍କୁ କାହିଁକି କିପରି ମିଛ ମାମଲାରେ ଫସାଇ ଗିରଫ କରାଗଲା ତାହା ତାଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣା ସାହୁ ତହସିଲଦାରଙ୍କୁ ପଚାରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ତହସିଲଦାର ଅନ୍ନପୂର୍ଣ୍ଣାଙ୍କୁ ଦୁର୍ବ୍ୟବହାର କରିଥିବା ଥାନାରେ ଅଭିଯୋଗ କରିଥିଲେ।ହେଲେ ଆଜକୁ ୫ ଦିନ ବିତିଯାଇଥିଲେ ବି ଥାନାରେ ମାମଲା ରୁଜୁ ହେଉନାହିଁ କି  ଏଫଆଇଆର କପି ଦିଆ ଯାଉନଥିବାରୁ ଶେଷରେ ଆଜି ପୀଡ଼ିତ ଏସ୍ ପି ଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ସରକାର’ ଗାଁ କୁ କାମ ମା କୁ ସମ୍ମାନ’ନାରା ଦେଉଥିବା ଦର୍ଶାଇ ଯଦି ନ୍ୟାୟ ନମିଳେ ତେବେ ତହସିଲ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଅନ୍ନପୂର୍ଣ୍ଣା ଉଲ୍ଲେଖ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏସ୍ ପିଙ୍କ କାର୍ଯ୍ୟାଳୟରେ ୨୦୨୩୨୨୭୫୩୬/୩୦.୫.୨୦୨୩ ନମ୍ଵରରେ ଉକ୍ତ ଅଭିଯୋଗ ଦରଜ କରାଯାଇ ବିହିତ ପଦକ୍ଷେପ ନେବାକୁ ସାଲେପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ କିଶନ ନଗର ଥାନା ଭାରପ୍ରାପ୍ତ ଆରକ୍ଷୀ ନିରିକ୍ଷକଙ୍କୁ ନିର୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *