Friday , September 22 2023
Breaking News
Home / କୃଷି / ଓରମୀ ସେବା ସମବାୟ ସମିତିର ଧାନ ମଣ୍ଡି ଉଦଘାଟିତ: ପ୍ରଥମ ଦିନ ୨ଶହ କୁଇଣ୍ଟାଲ ଧାନ ସଂଗ୍ରହ

ଓରମୀ ସେବା ସମବାୟ ସମିତିର ଧାନ ମଣ୍ଡି ଉଦଘାଟିତ: ପ୍ରଥମ ଦିନ ୨ଶହ କୁଇଣ୍ଟାଲ ଧାନ ସଂଗ୍ରହ

ନିରାକାରପୁର, ୩୦/୦୫/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ବ୍ଲକ ଓରବରସିଂ ପଞ୍ଚାୟତ ଓରମି ସେବା ସମବାୟ ସମିତି ରେ ରବି ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ପ୍ରଥମ ଦିନରେ ୧୦ ଜଣ ଚାଷୀଙ୍କ ଠାରୁ ମୋଟ ୨ଶହ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଥିବା  ସୂଚନା ମିଳିଛି। ଏହି ସେବା ସମବାୟ ସମିତି ରେ ଧାନ ବିକ୍ରି ପାଇଁ ୧୯୨ ଜଣ ଚାଷୀ ସେମାନଙ୍କ ନାଁ ପଞ୍ଜିକରଣ କରିଛନ୍ତି। ଚଳିତ ରବି ଋତୁରେ ଏହି ଚାଷୀମାନଙ୍କ ଠାରୁ ପାଖାପାଖି ୧୦ ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରାଯିବାର ଲକ୍ଷ୍ୟ ରଖାଯାଇଥିବା ସଭାପତି ପ୍ରମୋଦ କୁମାର ବଳିଆର ସିଂହ ପ୍ରକାଶ କରିଛନ୍ତି। ନରେନ୍ଦ୍ର ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସମାରୋହରେ ବାଲୁଗାଁ ଆର ଏମ ସି ର ସୁପର ଭାଇଜର  ସୁବାସ ଚନ୍ଦ୍ର ପରିଡା, ମାର୍କେଟ ଗାର୍ଡ ବୁଦ୍ଧିମାନ ବିଶ୍ଵାଳ, ଚାଷୀ ସହଦେବ ପ୍ରଧାନ, ପ୍ରଶାନ୍ତ ରାୟ ସାମନ୍ତରାୟ, ଦାମୋଦର ପ୍ରଧାନ, ଓ ମହିଳା ଚାଷୀ ବସନ୍ତ ବାରିକ ପ୍ରମୁଖ ଉପସ୍ଥିତ ରହି ଥିଲେ। ବେଗୁନିଆ ଅଞ୍ଚଳ ର ମିଲର ଏସ ଏମ ଏଗ୍ରୋଟେକ ପ୍ରାଇଭେଟ୍ ଲିମିଟେଡ ଧାନ କ୍ରୟ କରିଥିଲେ। ଶେଷରେ ଓରମୀ ସେବା ସମବାୟ ସମିତି ସମ୍ପାଦିକା ମଧୁସ୍ମିତା ପାଟ୍ଟଶାଣୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *