Monday , October 2 2023
Breaking News
Home / ତାଜା ଖବର / ମାଛ ପୋଖରୀରେ ବିଷ ପକାଇ ଦେଲେ ଦୁର୍ବୃତ୍ତ:ଥାନା ରେ ଏତଲା ଦେଲେ ମହିଳା ଗୋଷ୍ଠୀ

ମାଛ ପୋଖରୀରେ ବିଷ ପକାଇ ଦେଲେ ଦୁର୍ବୃତ୍ତ:ଥାନା ରେ ଏତଲା ଦେଲେ ମହିଳା ଗୋଷ୍ଠୀ

 ନିଶ୍ଚିନ୍ତକୋଇଲି,୨୯/୦୫/୨୦୨୩(ଓଡିଶା ସମାଚାର /ଅଭୟ ଜେନା )- ମାଛ ଚାଷ କରାଯାଇଥିବା  ପୋଖରୀ ରେ ବିଷପକାଇ ଦେଲେ ଦୁର୍ବୃତ୍ତ । ଲକ୍ଷ ଲକ୍ଷ ଟଙ୍କାର ମାଛ ମରି ଭାସୁଛନ୍ତି ପାଣିରେ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ଗ୍ରାମରେ । ନିଶ୍ଚିନ୍ତକୋଇଲି ଥାନାରେ ଦିଆଯାଇଥିବା ଏତେଲା ଅନୁଯାୟୀ ଏହି ଗ୍ରାମରେ ଥିବା ପଞ୍ଚାୟତ ର ବାଘୁଆ ପଦ୍ମ ପୋଖରୀକୁ ସେହି ଗ୍ରାମର ମା ବୁଢ଼ୀ ଜାଗୁଳାଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ପଞ୍ଚାୟତ ନିଲାମ ପ୍ରକ୍ରିୟାରେ ସାମିଲ ହୋଇ ନିଲାମ ନେଇ ମାଛ ଚାଷ କରିଥିଲେ। ତିନି  ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟ କରି ସେମାନେ ପୋଖରୀରୁ ଦଳ ସଫା କରି ମାଛ ଚାଷ କାରିଥଲେ। ହେଲେ ସେହି ଗାଁର କିଛି ବ୍ୟକ୍ତି  ଇର୍ଷା ପରାୟଣ ହୋଇ ଆକ୍ରୋଶ ରଖି ଏଭଳି ଅମାନୁଷିକ କାର୍ୟ୍ୟ କରିଥିବା  ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଅଭିଯୋଗ କରିଛନ୍ତି। ରାତି ଅଧିଆ ପୋଖରୀରେ ବିଷ ପକାଇବା ଫଳରେ ମାଛ ସହ ବହୁ ଜଳଜୀଵ ମଧ୍ୟ ମାରି ଭାସୁଥିବାର ଦେଖିବାକୁ ମିଳିଛି। ଏତେଲା ପରେ ନିଶ୍ଚିନ୍ତକୋଇଲି ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *