କଟକ, ୨୯/୦୫/୨୦୨୩ (ଓଡ଼ିଶା ସମାଚାର/ ଦେବାଶିଷ ରଥ)- ତାଳଦଣ୍ଡା କେନାଲରେ ଖସିପଡିଲା କାର୍ । ସ୍ୱାମୀ ମୃତ ଓ ସ୍ତ୍ରୀ ଜୀବନ୍ତ ଉଦ୍ଧାର ।ରାସ୍ତାରେ ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ତାଳଦଣ୍ଡା କେନାଲ ଭିତରକୁ ଖସିପଡିଲା । ଗାଡିଚାଳକଙ୍କୁ ଉଦ୍ଧାର କରିବାରେ ବିଳମ୍ବ ହେବା ଯୋଗୁ ଚାଳକଙ୍କ ମୃତ୍ୟୁ ହୋଇଯାଇଛି । ଗାଡିରେ ୨ଜଣ ଥିଲେ ।
ସେଥିରୁ ଜଣେ ମହିଳା ଜୀବୀତ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମହିଳା ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟ ସ୍ୱାମୀ ,ସ୍ତ୍ରୀ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମୃତକ ଜଣକ କନ୍ଦରପୁର ଅଞ୍ଚଳର ବ୍ୟବସାୟୀ ଜ୍ଞାନ ରଞ୍ଜନ ଜେନା , ବୟସ ୬୦ ହୋଇଥିବାବେଳେ ସ୍ତ୍ରୀ ଅଞ୍ଜନା ଜେନା ୫୫ ବର୍ଷ ଗୁରୁତର ଆହତ ହୋଇଛନ୍ତି ।
ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମାତୃଭବନ-ନୂଆବଜାର ରାସ୍ତାରେ ଯିବା ବେଳେ ଏହି କାର୍ଟି ଦୁର୍ଘଟଣା ଗ୍ରସ୍ତ ହୋଇଛି।
ଖବର ପାଇ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଘଟଣାସ୍ଥଳରେ ପହଂଚି ଦୁଃଖ ପ୍ରକାଶ କରିବା ସହ କେନାଲ ନବୀକରଣ କାମ କରୁଥିବା ଏଜେନ୍ସି କୁ ଦୋଷ ଦେଇଛନ୍ତି । ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଦୁଇ ଜଣଙ୍କ ଜୀବନ ଗଲାଣି । ଠିକାଦାରି ସଂସ୍ଥା ବ୍ୟାରିକେଡ଼ କରିବା ଜୀରୁରୀ ବୋଲି ସେ କହିଛନ୍ତି ।