ନିରାକାର ପୁର, ୨୮/୦୫/୨୦୨୩ (ଓଡ଼ିଶା ସମାଚାର)- ଗୋଳବାଇ ସ୍ଥିତ ଭଗବତୀ ଉଚ୍ଚ ବିଦ୍ୟାଳୟ ପରିସବବେ ୧୯୮୭ ବ୍ୟାଚ ମାଟ୍ରିକ ଛାତ୍ରଛାତ୍ରୀଙ୍କର ବନ୍ଧୁ ମିଳନ ସହିତ ଗୁରୁପୂଜନ ଉତ୍ସବ ଆୟୋଜିତ ହୋଇଯାଇଛି ।ଶିକ୍ଷାବିତ ରାମକୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଗୁରୁ ଗୋଲଖ ସାହୁ ରତ୍ନାକର ବେହେରା ପ୍ରହଲ୍ଲାଦ ସାହୁ ଦୁଃଶାସନ ବଳବନ୍ତରାୟ କେଦାରେଶ୍ୱର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଅତିଥିମାନେ ସମର୍ପଣ ଭାବନାରଖି କର୍ମକ୍ଷେତ୍ରରେ କାର୍ଯ୍ୟକରିବା ସହିତ ପରିଣତ ବୟସରେ ପିତାମାତାଙ୍କର ଉପଯୁକ୍ତ ଯତ୍ନନେବାପାଇଁ ପିଲାମାନଙ୍କୁ ନୈତିକଶିକ୍ଷା ଦେବାପାଇଁ ପରାମର୍ଶ ଦେଇଥିଲେ ।ବୟସର ଅପରାହ୍ଣରେ ଅସୁସ୍ଥ ଥାଇ ମଧ୍ୟ ଅବସରପ୍ରାପ୍ତ ଶିକ୍ଷକ ପରମାନ୍ଦ ଗଡବାଡ ଅନଲାଇନରେ ଆଶୀର୍ବଚନ ପ୍ରଦାନ କରିଥିଲେ ।ଦିବଂଗତ ଶିକ୍ଷକ ଏବଂ ଛାତ୍ରମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ସହିତ ସମସ୍ତ ଗୁରୁଜୀମାନଙ୍କୁ ପୁଷ୍ପଗୁଚ୍ଛ ଊତ୍ତରୀୟ ମାନପତ୍ର ଚ୍ରଫି ପ୍ରଦାନକରି ସମ୍ବର୍ଦ୍ଧିତ କରାଯାଇଥିଲା ।ଅନୁଭୂତି କଥନରେ ପିଲାଦିନର ସ୍ମୃତିକୁ ମନେପକାଇଥିଲେ ଛାତ୍ରଛାତ୍ରୀମାନେ ।ଦୀର୍ଘ ୩୫ ବର୍ଷ ପରେ ଛାତ୍ରଛାତ୍ରୀମାନେ ଗୁରୁମାନଙ୍କ ଗହଣରେ ଏକାଠି ହୋଇ ବନ୍ଧୁ ମିଳନ ସହିତ ଗୁରୁପୂଜନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ବେଶ ଊତ୍ସାହିତ ଥିବାର ଜଣାପଡୁଥିଲା ।ପ୍ରତ୍ୟେକ ବର୍ଷ ଏହିପରି କାର୍ଯ୍ୟକ୍ରମ ସହିତ ବିଭିନ୍ନ ସାମାଜିକ ଉନ୍ନତିମୂଳକ କାର୍ଯ୍ୟକରାଯିବାପାଇଁ ଲକ୍ଷ୍ୟ ରଖାଯାଇଛି ।ଲଳିତ ନାରାୟଣ ମହାପାତ୍ର ମଞ୍ଚପରିଚାଳନା କରିବା ସହିତ ଧନ୍ୟବାଦ ଦେଇଥିଲେ ।ସୁଶାନ୍ତ କୁମାର ଦେବତା ସ୍ୱାଗତ ଭାଷଣ ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେସୁଶାନ୍ତ ଦେବତା ଭାଗୀରଥି ସ୍ୱାଇଁ ଗାଦିବ୍ରହ୍ମ ବେହେରା ଗୋବିନ୍ଦ ବେହେରା କାହ୍ନୁ ସାହୁ ମୀନକେତନ ସାହୁ ସୁକାନ୍ତି ଜଗଦ୍ଦେବ କବିତା ରଥ ମିଚୁ ସାହୁ ଶରତ ମଙ୍ଗରାଜ ରବିନ୍ଦ୍ର ରାୟ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।