ଭୁବନେଶ୍ୱର, ୨୮/୦୫/୨୦୨୩ (ଓଡ଼ିଶା ସମାଚାର)- ଆସନ୍ତାକାଲି ସୋମବାର ରାଜ୍ୟ କ୍ୟାବିନେଟ ବୈଠକ ବସିବ । ସୋମବାର ପୂର୍ହାହ୍ନ ୧୦ଟା ୪୫ରେ ଅନୁଷ୍ଠିତ ହେବାକୁ ଥିବା ଏହି କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ । ଆସନ୍ତାକାଲି ପଞ୍ଚମପାଳିର ବିଜେଡି ସରକାରକୁ ୪ବର୍ଷ ପୂରଣ ହେଉଛି । ୨୦୧୯ ମେଁ ୨୯ରେ ପଞ୍ଚମପାଳିର ସରକାର ଗଠନ ହୋଇଥିଲା ଓ ସରକାର ଗଠନର ପ୍ରଥମ ଦିନରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେଉଥିବାରୁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯିବାର ସମ୍ଭାବନା ରହିଛି ।