Friday , September 22 2023
Breaking News
Home / ରାଜନୀତି / ମହିଳା ସଚେତନତା ପାଇଁ ‘କମଳ ମିତ୍ର’ ପ୍ରସ୍ତୁତି ବୈଠକ

ମହିଳା ସଚେତନତା ପାଇଁ ‘କମଳ ମିତ୍ର’ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, ୨୮/୦୫/୨୦୨୩ (ଓଡ଼ିଶା ସମାଚାର)- ଭାରତୀୟ ଜନତା ଦଳର ପ୍ରଶିକ୍ଷଣ ଶାଖା ତରଫରୁ ଶନିବାର ଦିନ ସ୍ଥାନୀୟ ପାନ୍ଥନିବାସ ଠାରେ ଆୟୋଜିତ ଏକ ସମ୍ମିଳନୀରେ ମହିଳାଙ୍କ ସଚେତନତା ପାଇଁ ଗଠିତ ‘କମଳ ମିତ୍ର’ ଆସନ୍ତା ଜୁନ ମାସ ୬ ତାରିଖ ଦିନ ରାମ ମନ୍ଦିର ନିକଟ ଦଳୀୟ କାର୍ୟ୍ୟାଳୟରେ ଆୟୋଜିତ ହେବାକୁ ଯାଉଛି ବୋଲି ମତବ୍ୟକ୍ତ ହୋଇଥିଲା। ବର୍ତ୍ତମାନ ଏହି କାର୍ୟ୍ୟକ୍ରମ କେନ୍ଦ୍ର ସରକାରଙ୍କ ତରଫରୁ ଦେଶର ସାଧାରଣ ମହିଳାଙ୍କ ଜୀବନ ଜୀବିକା ସହ ଆର୍ଥିକ ସ୍ଥିତି ମଜବୁତ କରିବା ପାଇଁ ଆରମ୍ଭ କରାଯାଇଛି। ଏହି କର୍ମଶାଳାରେ ସଂଯୋଜକ ରବି ମହାରଣା, ଉପ ସଂଯୋଜକ ଇଂ ଦିପ୍ତିରେଖା ପଟ୍ଟନାୟକ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରଜନୀ ବାଳା ମିଶ୍ର, ସବିତା ପଟ୍ଟନାୟକ, ଦିବ୍ୟ ଭାରତୀ ଜେନା, ଶ୍ରଦ୍ଧାଞ୍ଜଳୀ ସେନାପତି, ସସ୍ମିତା ସାହୁ, ଜୟଲକ୍ଷ୍ମୀ ମଲ୍ଲିକ, ସୁଶାନ୍ତ ସାହୁ, ଜୟରାମ ସାହୁ, ଦିନେଶ ସାହୁ, ସୁଶାନ୍ତ ସାହୁ, ବିଶ୍ୱ ପ୍ରଭା ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *