ଭୁବନ ୨୮/୦୫/୨୦୨୩ (ଓଡ଼ିଶା ସମାଚାର)- ଆସନ୍ତା କାଲି ୫ଟି ସଚିବ ଭି କେ ପଣ୍ଡିଆନ ଢେଙ୍କାନାଳ ଗସ୍ତରେ ଆସି ପ୍ରସିଦ୍ଧ ମହିମା ଗାଦି ଯୋରନ୍ଦା ପରିଦର୍ଶନ କରିବେ ଓ ବିଭିନ୍ନ ଯୋଜନା ସମ୍ପର୍କରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦୃଷ୍ଟି ଆକର୍ଷଣ କରି ନବ କଳେବର ପାଇଁ ଅନୁମୋଦନ କରିବାର କାର୍ୟ୍ୟକ୍ରମ ରହିଛି। ଏଥି ନିମନ୍ତେ ଜିଲ୍ଲା ପର୍ୟ୍ୟବେକ୍ଷକ ବବି ଦାସ ସ୍ଥାନୀୟ ବିଧାୟକ ଓ ଜିଲ୍ଲା ପ୍ରଶାସନ ସହ ତୁହାକୁ ତୁହା ଆଲୋଚନା କରିଛନ୍ତି। ଢେ଼ଙ୍କାନାଳ ଜିଲ୍ଲା ର ବିଭିନ୍ନ ସଂଗଠନ ତରଫରୁ ମଧ୍ୟ ସଚିବ ଙ୍କୁ ସ୍ଵାଗତ କରିବା ସହ ଦାବି ଉପସ୍ଥାପନ କରିବାର କାର୍ୟ୍ୟକ୍ରମ ରହିଛି। ଢେଙ୍କାନାଳ ବିକାଶ ପରିଷଦ ତରଫରୁ ଯୋରନ୍ଦା କୁ ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ପ୍ରକ୍ରିୟା ସହିତ ଢେ଼ଙ୍କାନାଳ ଜିଲ୍ଲାର ପାରିପାର୍ଶ୍ବିକ ଉନ୍ନତି ପାଇଁ ବିଭିନ୍ନ ପ୍ରସ୍ତାବ ଦିଆଯାଇଛି ।ବିକାଶ ପରିଷଦ ର ଆବାହକ ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜ ନାରାୟଣ ତ୍ରିପାଠୀ ଆଜି ସନ୍ଧ୍ୟାରେ ଭୁବନ ଡାକବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଯୋରନ୍ଦା ସହିତ ଢେ଼ଙ୍କାନାଳ ଜିଲ୍ଲାର ଅନ୍ୟ ପ୍ରମୁଖ ପର୍ୟ୍ୟଟନ ସ୍ଥଳୀ କୁ ଯୋଗାଯୋଗ କରି ତାହାର ଉନ୍ନତି କରାଯିବା, ୫୫ ନମ୍ବର ଜାତୀୟ ରାଜପଥ ଢେ଼ଙ୍କାନାଳ ରୁ କାଇମାଟି ଦେଇ ଯୋରନ୍ଦା ଏବଂ ଯୋରନ୍ଦା ରୁ ମର୍ଥାପୁର ଦେଇ ୫୩ ନମ୍ବର ଜାତୀୟ ରାଜପଥ କୁ ଚାରି ଥାକିଆ ରାସ୍ତା ମାଧ୍ୟମରେ ସଂଯୋଗ କରଣ, ନାଗେନା ସ୍ଥିତ ନାଗନାଥ ମନ୍ଦିର, ଲତ।ଦେଇପୁର ର ଅନ୍ନକୋଟିଶ୍ୱର ମନ୍ଦିର,କରମୂଳ ର ଦୌଡେଶ୍ୱର୍ ଶିବ ମନ୍ଦିର ସଂଯୋଗୀ କରଣ ଏକ ନଦୀ କୁଳିଆ ରାସ୍ତା ମାଧ୍ୟମ ରେ ହେବାର ଆବଶ୍ୟକତା ରହିଛି । ଗୋରଡିଆ ସେତୁ ଠାରୁ ଭୁବନ କୁ ଏକ ନଦୀ କୁଳିଆ ରାସ୍ତା ନିର୍ମାଣ କରିବା ଉଚିତ୍ । ଏହା ବାଦ ଯୋରନ୍ଦା କୁ ଆନ୍ତର୍ଜାତୀୟ ସ୍ତର ମାନ୍ୟତା ପାଇବାକୁ ହେଲେ ମନୋରଞ୍ଜନ ପାର୍କ,ସଂଗ୍ରହାଳୟ,ପ୍ରାର୍ଥନା ଗୃହ,ସଭା ଗୃହ,ପାନୀୟ ଜଳ ଯୋଗାଣ,ପୋଖରୀ ର ପୁନ ରୁଦ୍ଧାର ,ରାସ୍ତା ଆଲୋକୀ କରଣ,ଶୌଚାଳୟ ନିର୍ମାଣ,ଯୋରନ୍ଦା କୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ଉନ୍ନତି କରଣ ( ଦୁଇ ଥାକିଆ ),ସବୁଜିମା ପରିବେଶ ସୃଷ୍ଟି କରାଗଲେ ଯୋରନ୍ଦା ବାସ୍ତବରେ ଆନ୍ତର୍ଜତୀୟ ମାନ୍ୟତା ପାଇ ପାରିବ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଶ୍ଚୟ ଏଥିପ୍ରତି ଦୃଷ୍ଟି ଦେବେ ବୋଲି ବିକାଶ ପରିଷଦ ଆବାହକ ଶ୍ରୀଯୁକ୍ତ ତ୍ରିପାଠୀ ଆଶାବ୍ୟକ୍ତ କରିଛନ୍ତି।