ନିଶ୍ଚିନ୍ତକୋଇଲି,୨୮/୦୫/୨୦୨୩(ଓଡିଶା ସମାଚାର /ଅଭୟ ଜେନା)- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବସଷ୍ଟାଣ୍ଡ ନିକଟରେ ବିହାର ର କରଡ଼ିଆ ଅଂଚଳର ୬ ଜଣ ନାବାଳକ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଏହି ୬ଜଣ ନାବାଳକ ଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ପୋଲିସ କୁ ଜିମା ଦେଇଛନ୍ତି । ଖବରରୁ ପ୍ରକାଶ ଯେ ୧୫ ଦିନ ହେବ ନିଶ୍ଚିନ୍ତକୋଇଲି ସୁକରପଡ଼ା ଠାରେ ଥିବା ଏକ ମଦ୍ରାସା ରେ ପାଠ ପଢିବା ପାଇଁ ସେମାନଙ୍କ ପରିବାର ଲୋକେ ଛାଡିଥିଲେ।
ମାତ୍ର ଶନିବାର ରାତିରେ ସେମାନେ ମଦ୍ରାସା ଛାଡି ପଳାଇ ଆସିଥିଲେ। ସେମାନଙ୍କ କହିବା ମୁତାବକ ପାଠ ପଢିବା ପାଇଁ ତାଙ୍କର ମନ ଲାଗୁ ନ ଥିଲା ।
ପରିବାର ଲୋକଙ୍କ ସହିତ କଥାବାର୍ତ୍ତା କରି ପାରୁନଥିବାରୁ ପଳାଇ ଆସିଛନ୍ତି ବୋଲି କହିଛନ୍ତି ।ଅନ୍ୟପକ୍ଷରେ ସବୁ ସୁରକ୍ଷା ଦିଆ ଯାଇଥିବା ସତ୍ୱେ ବିଳମ୍ବିତ ରାତ୍ରି ରେପିଲାମାନେ ଉଠି ପଳାଇ ଆସିଛନ୍ତି ବୋଲି ବସ୍ତି ସର୍ଦାର ଙ୍କ ସହ ମଦ୍ରାସା ର ସମ୍ପାଦକ କହିଛନ୍ତି ।
ଏହି ଖବର ପାଇଲାଜାଣିଲା ପରେ ଆମେ ନିଶ୍ଚିନ୍ତକୋଇଲି ପୋଲିସ ଷ୍ଟେସନ ରେ ପହଂଚି ତାଙ୍କ ପରିବାର ସହିତ ଯୋଗା ଯୋଗ କରୁଛୁବୋଲି ସଫେଇ ଦେଇଛନ୍ତି । ପୋଲିସ ଘଟଣା ର ତଦନ୍ତ ଜାରିରଖିଥିବା ଜଣାପଡିଛି । ଓଡ଼ିଶା ସମାଚାର