ଖୋର୍ଦ୍ଧା,୨୮/୫/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) – ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା ସେବା କ୍ଷେତ୍ରରେ ପୁରସ୍କୃତ ହେବା ପାଇଁ ମନୋନୀତ ହୋଇଛନ୍ତି ମହିଳା ସ୍ବାସ୍ଥ୍ୟକର୍ମୀ ମଞ୍ଜୁଲତା ମହାରଣା । ସମ୍ମାନଜନକ ଜାତୀୟ ଫ୍ଲୋରେନ୍ସ ନାଇଟିେଙ୍ଗଲ ପୁରସ୍କାର ୨୦୨୩ ପାଇବା ପାଇଁ ମନୋନୀତ ହୋଇଛନ୍ତି କଣାସ ବ୍ଳକ ସାହାସପୁର ସବ୍ ସେଣ୍ଟର ରେ କାର୍ୟ୍ୟରତ ମଞ୍ଜୁଲତା ମହାରଣା।
ଏହି ଗର୍ବ,ଗୌରବ ଖୁସି ପାଇଁ ଭାଇ ଖୋର୍ଦ୍ଧା ସିପିଆଇଏମ ଜିଲ୍ଲା କମିଟି ସଭ୍ୟ ବିଦୁ ଭୂଷଣ ମହାରଣା ଓ ଭିଣୋଇ ଅଧ୍ୟାପକ ଡଃ କୈଳାସ ଚନ୍ଦ୍ର ମହାରଣା ମଞ୍ଜୁଲତା ଙ୍କୁ ଏକ ବିଶେଷ ମୁହୁର୍ତ୍ତରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।କଣାସ ବ୍ଲକର ସହାସପୁର୍ ହେଲଥ୍ ସବ୍ ସେଣ୍ଟର କୁ ନିର୍ଭର କରୁଥିବା ସମସ୍ତ ପଞ୍ଚାୟତ ବନ୍ୟା ଘେରରେ ରୁହେ ।
ଏଭଳି ଉପାନ୍ତ ଅଞ୍ଚଳରେ ସେବା କ୍ଷେତ୍ରରେ ଏଭଳି ଦକ୍ଷ ସେବକ ହୋଇ ଆହୁରି ଆଗକୁ ନାମ କରିବା ଓ ଅନ୍ୟ ମାନଙ୍କ ପାଇଁ ଉଦାହରଣ ହେବା ପାଇଁ କାମନା କରିଛନ୍ତି। ସୂଚନାଯୋଗ୍ୟ କି ମଞ୍ଜୁଲତା ଏହି ଉପାନ୍ତ ଅଂଚଳରେ ବିନା ଡାକ୍ତରଙ୍କ ସହାୟତାରେ ୧୦୪ ଟି ସନ୍ତାନ ପ୍ରସବ(ଡେଲିଭରି) କାର୍ୟ୍ୟ କରାଇ ସମଗ୍ର ଦେଶରେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେ ନିରାକାରପୁର ଥାନା କାଶିପୁର ଗ୍ରାମର ସ୍ବର୍ଗତ ଅବସରପ୍ରାପ୍ତ ଖେଳ ଶିକ୍ଷକ ଭଗବାନ ମହାରଣାଙ୍କ ସୁପୁତ୍ରୀ ଓ ଗଡିଶାଗୋଦା ଥାନା କଳାପଦର ଗ୍ରାମର ପବିତ୍ର କୁମାର ସାହୁଙ୍କ ପତ୍ନୀ ଅଟନ୍ତି।