ନିଶ୍ଚିନ୍ତକୋଇଲି,୨୮/୦୫/୨୦୨୩(ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ନେମାଳ ଥାନା ନଗସପୁର ଚିତ୍ରୋତ୍ପଳା ନଦୀ ରେ ଥିବା ଏକ ବାଲି ଘାଟରେ ଗୁଳିମାଡ଼ ସହ ଜେ ସି ବି କୁ ଦୁର୍ବୃତ୍ତ ଜାଳି ଦେଇଥିବା ଅଭିଯୋଗ ହୋଇଛି । ଗତ କାଲି ବିଳମ୍ବିତ ରାତିରେ ନେମାଳ ଥାନା ନଗସପୁର ବାଲି ଘାଟରେ ଏହି ଘଟଣା ଘଟିଥିବା ବେଳେ ଏହି ଘଟଣା ରେ କେହି ମୃତାହତ ହୋଇନଥିବା ଜଣାପଡିଛି । ବାଲିଘାଟର କର୍ମଚାରୀଙ୍କ ଅଭିଯୋଗ ମୁତାବକ ଗତକାଲି ବିଳମ୍ବିତ ରାତିରେ ୩ ରୁ ୪ ଜଣ ଦୁର୍ବୃତ୍ତ ଆସି ଫାଙ୍କା ଗୁଳିଚଳନା କରି ୩୫ ହଜାର ଟଙ୍କା ଲୁଟି ନେବା ସହ ବାଲିଘାଟରେ ବାଲି ଲୋଡ଼ ପାଇଁ ଥିବା ଜେ ସି ବି ମେସିନ କୁ ପେଟ୍ରୋଲ ଢାଳି ନିଆଁ ଲାଗାଇ ଦେଇଥିଲେ ।
ତେବେ କେଉଁ କାରଣ ରୁ ଏପରି ଘଟିଛି ତାହା ଜାଣି ନଥିବା ବାଲିଘାଟ କର୍ମଚାରୀ କହିଛନ୍ତି । ସେପଟେ ସ୍ଥାନୀୟ ଅଞ୍ଚଳରେ ଏକାଧିକ ବାଲିଘାଟ ରହିଛି ।
ବାଲିଘାଟ ବ୍ୟବସାୟକୁ ନେଇ ଏଭଳି କାଣ୍ଡ ଘଟିଛି ବୋଲି ମଧ୍ୟ ଅନୁମାନ କରାଯାଉଛି । ନେମାଳ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ଗୁଳିମାଡ ନେଇ ପ୍ରମାଣ ମିଳିନଥିବା କଥା ପୋଲିସ କହିଛି ।