ନିରାକାରପୁର, ୨୮/୦୫/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କେବିଡିଏଭି ମହାବିଦ୍ୟାଳୟର ୧୯୮୮ ମସିହା କଳା ସ୍ନାତକ ବ୍ୟାଚର ଛାତ୍ର ଛାତ୍ରୀ ମାନଙ୍କ ବନ୍ଧୁମିଳନ ରାମେଶ୍ୱର ପାନ୍ଥିକାରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ବନ୍ଧୁମିଳନରେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରେ ଥିବା ବନ୍ଧୁମାନେ ଯୋଗଦେଇ ସେମାନଙ୍କ ଶୈକ୍ଷିକ ଜୀବନର ସ୍ମୃତି ଚାରଣ କରିବା ସହ ଅନୁଷ୍ଠାନ ପ୍ରତି ନିଜ ନିଜର ପ୍ରତିବଦ୍ଧତା ଉପସ୍ଥାପନା କରିଥିଲେ । ସୁରେନ୍ଦ୍ର କୁମାର ପେଣ୍ଠୋଇ ଓ ଦିବାକର ସାହୁ ପ୍ରଥମେ ସ୍ୱାଗତ ଜଣାଇବା ପରେ ସମସ୍ତେ ନିଜ ନିଜର ସାମ୍ପ୍ରତିକ ଦାୟିତ୍ୱ ଓ ସାମାଜିକ ପ୍ରତିବଦ୍ଧତା ସମ୍ପର୍କରେ ମତ ବିନିମୟ କରିଥିଲେ । ସୁରେଶ ଚନ୍ଦ୍ର ସ୍ୱାଇଁ, ମୃତ୍ୟୁଞ୍ଜୟ ଜୟସିଂ,ଦିଲ୍ଲୀପ କୁମାର ପଟ୍ଟନାୟକ, ଧ୍ୱଜ ମୁଦୁଲି, ଯୋଗେନ୍ଦ୍ର ନାୟକ, ଦୋଳ ଗୋବିନ୍ଦ ବୈରୀଶଲ,ଆର୍ତ୍ତତ୍ରକ୍ଷଣ ନାୟକ ପ୍ରମୁଖ ଶୈକ୍ଷିକ ଜୀବନ ଓ ସାମ୍ପ୍ରତିକ ଜୀବନର ଅନୁଭୂତି ବର୍ଣ୍ଣନା କରିବା ସହ ଦୀର୍ଘ ପଞ୍ଚତିରିଶ ବର୍ଷ ତଳର ସାମାଜିକ ଓ ପାରିବାରିକ ଜୀବନର ଅନ୍ତରଙ୍ଗତା ସମ୍ପର୍କରେ ଆଲୋଚନା କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ପ୍ରିୟଦର୍ଶିନୀ ମହାରଣା । ଏହି ଅବସରରେ ଦିବଂଗତ ସହପାଠୀ ନିତ୍ୟାନନ୍ଦ ବେହେରାଙ୍କ ଆକସ୍ମିକ ବିୟୋଗରେ ଏକ ନିରବ ପ୍ରାର୍ଥନା ହେବା ସହ ସ୍ମୃତିଚାରଣ କରାଯାଇଥିଲା ।