Monday , October 2 2023
Breaking News
Home / ତାଜା ଖବର / ହାତୀ ଆକ୍ରମଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ

ହାତୀ ଆକ୍ରମଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୭/୫/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) – ହାତୀ ଆକ୍ରମଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ।ଖୋର୍ଦ୍ଧା ବନଖଣ୍ଡ ଟାଗିଂ ରେଜଂ କମାଗୁରୁ-ମୟୂରଝାଲିଆ ରାସ୍ତାରେ ଘଟିଛି ଅଘଟଣ।ସକାଳୁ ଜଣେ ଶ୍ରମିକ ସାଇକେଲରେ କାମ କରିବାକୁ ଯାଉଥିବା ବେଳେ ହାତୀ ଆକ୍ରମଣରେ ମୃତ୍ୟୁ।ମୃତକ ଜଣଙ୍କ ରଣପୁର ନାଟିଣୀ ଗ୍ରାମର ସତ୍ୟବାଦୀ ବେହେରା। ସତ୍ୟବାଦୀ ବେହେରା ଓ ତାଙ୍କ ସହିତ ଅନ୍ୟ ଦୁଇ ଜଣ ମିସ୍ତ୍ରୀ କୂଅ ଖୋଳିବା ପାଇଁ ଯାଉଥିଲା ବେଳେ ହାତୀ ହାବୁଡରେ ପଡିବାରୁ ହାତୀ ଆକ୍ରମଣ କରିଛି।ଦୁଇ ଜଣ ଶ୍ରମିକ ଦୈ।ଡି ପଳାଇ ନିଜ ଜୀବନ ବଂଚାଇ ଥିବାବେଳେ ସତ୍ୟବାଦୀ ବେହେରା କୁ ହାତୀ ପାଦରେ ଦଳିଚକଡି ମାରିଦେଇଛି। ଦିର୍ଘ ତିନି ଘଣ୍ଟା ଧରି ମୃତଦେହ ପଡିଥିବା ବେଳେ ବନବିଭାଗ ର କୈ।ଣସି କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିନଥିଲେ।ଫଳରେ ମୃତଦେହ ରାସ୍ତା କଡରେ ପଡିରହିଥିବା ଯୋଗୁ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା।ବିଳମ୍ବ ରେ ବନବିଭାଗ ପହଞ୍ଚି ଶବ ବ୍ୟବଛେଦ ପାଇଁ ପଠାଇବା ସମୟରେ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା।ହାତୀ ଆକ୍ରମଣରେ ଶ୍ରମିକ ଜଣଙ୍କ ମୃତ୍ୟୁ ହୋଇଥିବା ରୁ ସ୍ଥାନୀୟ ଲୋକେ ବନବିଭାଗ କୁ ଦାୟି କରିଛନ୍ତି।

Leave a Reply

Your email address will not be published. Required fields are marked *