Monday , October 2 2023
Breaking News
Home / ତାଜା ଖବର / ଶ୍ରୀମନ୍ଦିରରେ ଅଘଟଣ: ଗରମ ଡାଲି ପଡ଼ି ୨ ଜଣ ବୋଝିଆ ଆହତ

ଶ୍ରୀମନ୍ଦିରରେ ଅଘଟଣ: ଗରମ ଡାଲି ପଡ଼ି ୨ ଜଣ ବୋଝିଆ ଆହତ

ପୁରୀ, ୨୭/୦୫/୨୦୨୩ (ଓଡ଼ିଶା ସମାଚାର)- ଶ୍ରୀମନ୍ଦିରରେ ଆଜି ଏକ ଅଘଟଣ ଘଟିଛି। ମନ୍ଦିର ଭିତରେ ଗରମ ଡାଲି ପଡ଼ି ୨ ଜଣ ବୋଝିଆ ଆହତ ହୋଇଛନ୍ତି। ଆହତ ୨ ବୋଝିଆ ହେଉଛନ୍ତି ପୁପି ପ୍ରଧାନ (୩୦) ଓ ପ୍ରଦୀପ ସାହୁ(୩୫)। ଉଭୟ ଆହତ ବୋଝିଆ ଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଶ୍ରୀମନ୍ଦିରର ଭୋଗ ମଣ୍ଡପରୁ ମହାପ୍ରସାଦ ଯାଉଥିବା ବେଳେ ଆଜି ଅପରାହ୍ଣ ସମୟରେ ଏଭଳି ଅଘଟଣ ଘଟିଥିଲା। ଚନ୍ଦନପୁର ଥାନା ଅନ୍ତର୍ଗତ ତଳଜଙ୍ଗ ଗାଁର ପୁପି ପ୍ରଧାନ ଓ ବ୍ରହ୍ମଗିରିର ପ୍ରଦୀପ ସାହୁ ଗରମ ଡାଲି ନେଇ (ମହାପ୍ରସାଦ) ନେଇ ଯାଉଥିବା ବେଳେ କୌଣସି କାରଣରୁ ଖସି ପଡ଼ିଥିଲେ। ଫଳରେ ସେମାନଙ୍କ ଶରୀରରେ ଗରମ ଡାଲି ଛିଟିକି ପଡ଼ିଥିଲା। ଏଥିରେ ସେମାନେ ଆହତ ହୋଇଥିଲେ। ଏହା ପରେ ଉଭୟ ପୁପି ଓ ପ୍ରଦୀପଙ୍କୁ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *