Monday , October 2 2023
Breaking News
Home / ତାଜା ଖବର / ତାଜା ଖବର : କୁଆଖାଇ ନଦୀରେ ବୁଡ଼ି ଦୁଇ ଜଣ ଇଂଜିନିୟରିଂ ଛାତ୍ର ଙ୍କର ମୃତ୍ୟୁ

ତାଜା ଖବର : କୁଆଖାଇ ନଦୀରେ ବୁଡ଼ି ଦୁଇ ଜଣ ଇଂଜିନିୟରିଂ ଛାତ୍ର ଙ୍କର ମୃତ୍ୟୁ

ଭୁବନେଶ୍ୱର, ୨୭/୦୫/୨୦୨୩ (ଓଡ଼ିଶା ସମାଚାର)- କୁଆଖାଇ ନଦୀରେ ବୁଡ଼ି ଦୁଇ ଜଣ ଇଂଜିନିୟରିଂ ଛାତ୍ର ଙ୍କର ମୃତ୍ୟୁ ହୋଇଛି । ନଦୀରୁ ଦୁ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଇଂଜିନିୟରିଂ ଛାତ୍ର ଦ୍ୱୟ ହେଉଛନ୍ତି ତମାଣ୍ଡୋର ସ୍ମୃତି ସୌରଭ ପ୍ରଧାନ ଓ ରେଙ୍ଗାଲିର ସତ୍ୟଜିତ ଦାସ । ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟା ସମୟରେ ଭୁବନେଶ୍ୱର ଉପକଂଠ ବାଲିପାଟଣା ଇନ୍ଦ୍ରପାଲ ନିକଟରେ ୪ଜଣ ସାଙ୍ଗ କୁଆଖାଇ ନଦୀକୁ ଗାଧେଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ନଦୀରେ ବୁଡ଼ି ଯାଇଥିଲେ । ଅଗ୍ନୀଶମ ବାହିନୀ ୨ଜଣଙ୍କୁ ଉଦ୍ଧାର କରି ହସପିଟାଲ ପଠାଇଥିବାବେଳେ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *