ଗରଦପୁର,୨୭/୦୫/୨୦୨୩ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ର କୋରୁଆ ସ୍ଥିତ ଗରଦପୁର ଆଗ୍ରୋଫେସ୍ ଫାରମର୍ସ ପ୍ରଡୁ୍ୟସର କମ୍ପାନୀ ଲିମିଟେଡ୍ ରେ ମୁଗ ମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଗରଦପୁର ବ୍ଲକ୍ରେ ଥିବା ଚାଷୀମାନଙ୍କ ମୁଗ ବିକ୍ରିର ସୁବିଧା ପାଇଁ ସରକାରଙ୍କ ତରଫରୁ ଏହି ମଣ୍ଡି ଖୋଲାଯାଇଛି । ଏହି ମଣ୍ଡିରେ ଚାଷୀମାନେ ସେମାନଙ୍କ ଜମିରୁ ଉପôାଦିତ ହୋଇଥିବା ମୁଗ ବିକ୍ରି କରିପାରିବେ । ମୁଗର ସରକାରୀ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୭ହଜାର ୭ଶହ ୫୫ଟଙ୍କା ରହିଛି । ଗରଦପୁର ଆଗ୍ରୋଫେସ୍ ଫାରମର୍ସ ପ୍ରଡୁ୍ୟସର କମ୍ପାନୀ ଲିମିଟେଡ୍ କାର୍ଯ୍ୟାଳୟ ପରିସରରେ ଆଗ୍ରୋଫେସ୍ର ଅଧ୍ୟକ୍ଷ ଶ୍ରୀକାନ୍ତ ନାୟକ ଏହି ମଣ୍ଡିକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ମୁଗ ବିକ୍ରି କରିବା ପାଇଁ ଚାଷୀମାନେ ଅନ୍ଲାଇନ୍ରେ ରେଜିଷ୍ଟ୍ରେସନ କରିବା ପାଇଁ ଆଧାର କାର୍ଡ, ବ୍ୟାଙ୍କ ପାସ୍ବୁକ୍, ଜମି ପଟା, ମୋବାଇଲ୍ ନମ୍ବର ,ଫଟୋ ଏବଂ ଜମିର ପରିମାଣ ପ୍ରଦାନ କରିବାକୁ ପଡିବ ବୋଲି ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ କୃଷି ମଙ୍ଗଳ ଅଧିକାରୀ ଅମରେନ୍ଦ୍ର କୁମାର ସିଂହ, ଜିଲ୍ଲା ପରିଷଦ ସଭ୍ୟ ସତ୍ୟାନନ୍ଦ ରାଉତ, ଗରଦପୁର ଆଗ୍ରୋଫେସ୍ର ନିର୍ଦ୍ଧେଶକ ହେମନ୍ତ ଦାସ, ଉମାନାଥ ପଟ୍ଟନାୟକ, ଅରୁଣ କୁମାର ଜେନା, ମମତା ଦାସ, ଚାଷୀ ପ୍ରମୋଦ କୁମାର ନାୟକ, ପ୍ରଦୀପ୍ତ ଖଣ୍ଡୁଆଳ ପ୍ରମୁଖ ଉପସ୍ଥିତ ଥିଲାବେଳେ ଏହି କାର୍ଯ୍ୟକ୍ରମକୁ ଆଗ୍ରୋଫେସ୍ କାର୍ଯ୍ୟନିର୍ବାହୀ ଅଧିକାରିଣୀ ସୁରମା ରାଉଳ, କ୍ରିଷ୍ଣାକାନ୍ତ ବାରିକ ପରିଚାଳନା କରିଥିଲେ ।