Monday , October 2 2023
Breaking News
Home / ତାଜା ଖବର / ଯୋବ୍ରା ଆନିକଟ କୁ ଡ଼େଇଁ ଜଣେ ମହିଳା ଆତ୍ମହତ୍ୟା

ଯୋବ୍ରା ଆନିକଟ କୁ ଡ଼େଇଁ ଜଣେ ମହିଳା ଆତ୍ମହତ୍ୟା

କଟକ, ୨୬/୦୫/୨୦୨୩ (ଓଡ଼ିଶା ସମାଚାର)- ଯୋବ୍ରା ଆନିକଟ କୁ ଡ଼େଇଁ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ଆଜି ମଧ୍ୟାହ୍ନରେ ଜଣେ ମହିଳା ଯୋବ୍ରା ଆନକଟ ଉପରୁ ଆନକଟ ମଧ୍ୟକୁ ଡ଼େଇଁ ପଡ଼ିଥିଲେ । ନିକଟରେ ଉପସ୍ଥିତ ଥିବା ଲୋକମାନେ ଏହା ଦେଖି ପୋଲିସ୍ ଓ ଅଗ୍ନୀଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନୀଶମ ବାହିନୀ ମହିଳାଙ୍କ ମୃତ ଦେହ ଉଦ୍ଧାର କରିଥିଲେ । ମହିଳାଙ୍କ ପରିଚୟ ମିଳିନାହିଁ । ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ବଡ଼ ଡ଼ାକ୍ତରଖାନାକୁ ପଠାଇଛି ।

Leave a Reply

Your email address will not be published. Required fields are marked *