ରଘୁନାଥପୁର, ୨୬/୦୫/୨୦୨୩ (ଓଡ଼ିଶା ସମାଚାର)- ମାର୍କଫେନ ତରଫରୁ ଜିଲାରେ ପ୍ରଥମ ମୁଗ ମଣ୍ଡି ବାଣିକ୍ଷେତ୍ର ମହିଳା କୃଷକ ଉତ୍ପାଦକ କମ୍ପାନୀ ଲାଲ ସଂଗଠନ ପରିସରରେ ଉଦଘାଟିତ ହୋଇ ଯାଇଛି । ଏହି ଉଦଘାଟନ ଉତ୍ସବରେ ଜିଲା ମୁଖ୍ୟ କୃଷି ଅଧିକାରୀ ନୀରଂଜନ ମହାପାତ୍ର , ମାର୍କଫେଡ଼ ର ଜିଲା ପ୍ରବନ୍ଧକ ଧିରେନ୍ଦ୍ର କୁମାର ବାରିକ , ରଘୁନାଥପୁର ବ୍ଲକ୍ କୃଷି ଅଧିକାରୀ ଜ୍ଞାନେନ୍ଦ୍ର କୁମାର ଦଳେଇ , ବାଣିକ୍ଷେତ୍ର ମହିଳା କୃଷକ ଉତ୍ପାଦକ ସଂଘର ନିର୍ଦ୍ଧେଶିକା ଶ୍ରୀମତୀ କୃଷ୍ଣପ୍ରିୟା ବିଶ୍ୱାଳ , ଶାନ୍ତିଲତା ଦ୍ୱିବେଦୀ , କାଦମ୍ବିନୀ ବେହେରା , ସ୍ମିତାରାଣି ଖଟୁଆ ଉପସ୍ଥିତ ଥିଲେ । ପ୍ରାୟତ ରଘୁନାଥପୁର ବ୍ଲକ୍ ର ୫ ଟି ପଂଚାୟତରୁ ୫୦ ଜଣ ମହିଳା ଚାଷି ,ଥିରେ ଯୋଗ ଦେଇଥିଲେ । ଶ୍ରୀମତୀ କୃଷ୍ଣ ପ୍ରିୟା ବିଶ୍ୱାଳ ଉତ୍ସବରେ ସଭାପତିତ୍ୱ କରିଥିଲେ । ଗତ ବର୍ଷ ଏଫପିଓ ମଣ୍ଡି ଚଳାଇବା ଦ୍ୱାରା ପ୍ରାୟ ୬୦ ଜଣ ଛୋଟ ଭାଗ ଚାଷି ପ୍ରତ୍ୟକ୍ଷ ଭାବେ ମଣ୍ଡିରୁ ତାଙ୍କର ନିଜ ଆକାଉଂଟରେ ଟଙ୍କା ପାଇଥିଲେ ବୋଲି ଶ୍ରୀମତୀ ଶାନ୍ତିଲତା ଦ୍ୱିବେଦୀ ପ୍ରାରମ୍ବିକ ଭାଷଣରେ ପ୍ରକାଶ କରିଥିଲେ । କମ୍ପାନୀର ସିଇଓ ଅର୍ପିତା ବରାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଶ୍ରମତୀ ସାଗରିକା ବେହେରା, ସସ୍ମିତା ବାରିକ ପ୍ରତ୍ୟକ୍ଷଭାବେ ପରିଚାଳନା କରିଥିଲେ । ସୂଚନା ଥାଉକି ଚଳିତ ବର୍ଷ ଜଗତସିଂହପୁର ଜିଲାରେ ମାର୍କଫେଡ଼ ତରଫରୁ ୨୧ ଟି ମୁଗ ମଣ୍ଡି ଖୋଲାଯିବା ପାଇଁ ନିଷ୍ପତି ନିଆଯାଇଅଛି ।