ଗରଦପୁର, ୨୬/୦୫/୨୦୨୩ (ଓଡ଼ିଶା ସମାଚାର)- ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପି ପାଟକୁରା ମଣ୍ଡଳ କାର୍ଯ୍ୟକାରିଣି ବୈଠକ ସ୍ଥାନୀୟ ସିଙ୍ଗିଟିଆ ଠାରେ ଅନୁଷ୍ଠିତ ହୋଇ ଯାଇଛି । ମୋଦି ସରକାରଙ୍କ ୯ ବର୍ଷ ପୂର୍ତି ଅବସର ରେ ଆୟୋଜିତ ବୈଠକରେ ୬ ଟି ପଂଚାୟତର ବିଜେପି କର୍ମୀ ଉପସ୍ଥିତ ଥିଲେ । ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ୱର ପରିଡ଼ା ଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ପରିଷଦ ସଦସ୍ୟା ଡ଼ଲି ଶତପଥି ସଭାପତିତ୍ୱ କରିଥିଲେ । ଏଥିରେ ଅନ୍ୟତମ ଅତିଥି ଭାବେ ରାଜ୍ୟ କାର୍ଯ୍ୟ କାରିଣି ସଦସ୍ୟ ମାନସ ରଂଜନ ମହାନ୍ତି, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ବିକ୍ରମ କେଶରୀ ରାଉତରାୟ, କେନ୍ଦ୍ରାପଡ଼ା ଲୋକସଭା ବିସ୍ତରକ ଅନୁପ ପରିଡ଼ା , ଜିଲା କାର୍ଯ୍ୟକାରିଣି ସଦସ୍ୟ ଚିତରଂଜନ ଚୌଧୁରୀ , ବିଜୟ ନାୟକ, ଶ୍ରୀକାନ୍ତ ସେନାପତି , ପ୍ରଶାନ୍ତ ମଲିକ, ଭରତ ଚନ୍ଦ୍ର ସାହୁ, ପ୍ରତାପ ବାରିକ, ଗିରିଷ ଜେନା, ଲବ ସାମଲ, ଉମାକାନ୍ତ ଚୌଧୁରୀ, ନୀରଂଜନ ଶତପଥି, ଜ୍ୟୋତି ରଂଜନ ପରିଡ଼ା, ବ୍ରଜ କିଶୋର ସାହୁ, ରବି ସେଠୀ , ସୌମ୍ୟ ରଂଜନ ନାୟକ, ରମେଶ ଚନ୍ଦ୍ର ମହାନ୍ତି , ନରେଶ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ତୃଣମୂଳ ସ୍ତରରେ ମୋଦି ସରକାରର ସଫଳତା ର ବାର୍ତା ପହଂଚାଇବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା ।