ରଘୁନାଥପୁର, ୨୬/୦୫/୨୦୨୩ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ବିଭୂତିକ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠକୁ ଆଜି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ପରିଦର୍ଶନରେ ଆସିଥିଲେ । ମନ୍ତ୍ରୀ ଟୁକୁନି ସାହୁ ଏହି ପୀଠରେ ପହଂଚି ପ୍ରଭୁ ଗୋରେଖନାଥଙ୍କ ଦର୍ଶନ କରିବା ସହିତ ଏହି ପୀଠର ସର୍ବାଙ୍ଗୀନ ଉନ୍ନତି କରାଯିବ ଏବଂ ଏହି ପୀଠରେ ମହିଳା ଭକ୍ତଙ୍କ ପାଇଁ ଏକ ବିଶ୍ରାମଗାର, ପ୍ରଦୂଷିତ ପୋଖରୀର ପୁନରୁଦ୍ଧାର ଏବଂ ଭକ୍ତମାନଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ନିମନ୍ତେ ଉନ୍ନୟନ କାର୍ଯ୍ୟ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ମନ୍ତ୍ରୀଙ୍କ ସହିତ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ସାଂସଦ ଡ. ରାଜଶ୍ରୀ ମଲ୍ଲିକ ମଧ୍ୟ ଏହି ପୀଠକୁ ଆସି ପ୍ରଭୁ ଗୋରେଖନାଥଙ୍କ ଦର୍ଶନ କରିଥିଲେ । ମନ୍ତ୍ରୀଙ୍କୁ ମନ୍ଦିରର ବରିଷ୍ଠ ପୂଜକ ଦିଲ୍ଲିପ କୁମାର ପଣ୍ଡା, ପୂର୍ବତନ ସରପଂଚ ବିଜୟ କୁମାର ସ୍ୱାଇଁ, ଯୁବନେତା ଅନ୍ତର୍ଯ୍ୟାମୀ ସାମଲ ଏବଂ ବିଜେଡି ଜିଲ୍ଲା ଯୁବ ସମ୍ପାଦକ ମାନସ ରଞ୍ଜନ ଦାସ, ଗର୍ନ୍ଧବ ବେହେରା, ଅମିତ୍ କୁମାର ମହାପାତ୍ର, ତ୍ରିଲୋଚନ ଜେନା, ପ୍ରଶାନ୍ତ କୁମାର ରାଉତ, କୁଞ୍ଜ ବିହାରି ସ୍ୱାଇଁ, ସନ୍ତୋଷ ସାହୁ, ଜ୍ୟୋତିରଞ୍ଜନ ମହାପାତ୍ର ପ୍ରମୁଖ ପୁଷ୍ପଗୁଚ୍ଛ ସ୍ୱାଗତ ଜଣାଇବା ସହିତ ମନ୍ଦିରର ଉନ୍ନତି ଓ ଭକ୍ତ ମାନଙ୍କର ସୁବିଧା ସୁଯୋଗ ନିମନ୍ତେ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରିବାକୁ ତାଙ୍କ ପାଖରେ ନିବେଦନ କରିଥିଲେ ।