Monday , June 5 2023
Breaking News
Home / ତାଜା ଖବର / ମହୁମାଛି ଆକ୍ରମଣରେ ବୃଦ୍ଧ ମୃତ

ମହୁମାଛି ଆକ୍ରମଣରେ ବୃଦ୍ଧ ମୃତ

କେନ୍ଦ୍ରାପଡା ୨୫/୦୫/୨୦୨୩ (ଓଡ଼ିଶା ସମାଚାର)- ମହୁମାଛି ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ରାପଡା ଜିଲା ମହାକାଳପଡା ଅଂଚଳର ନନ୍ତାରରେ ମହୁମାଛି ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତ ବୃଦ୍ଧ ଜଣକ ହେଉଛନ୍ତି ବନମାଳି ଜେନା । ଜଣେ ସମ୍ପର୍କୀୟଙ୍କ ବିବାହ ଭୋଜି ଚାଲିଥିବା ବେଳେ ଚୂଲିର ଧୂଆଁ ମହୁ ଫେଣାରେ ବାଜିବାରୁ ମହୁଫେଣାରୁ ଶହଶହ ମହୁମାଛି ମହୁ ଫେଣାରୁ ବାହାରି ଅତର୍କିତ ଭାବେ ସମସ୍ତଙ୍କୁ ଗୋଡାଇ ଆକ୍ରମଣ କରିଥିଲେ । ମହୁମାଛି ଆକ୍ରମଣରେ ବନମାଳି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡ଼ାକ୍ତର ଡାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave a Reply

Your email address will not be published.