Saturday , June 3 2023
Breaking News
Home / ତାଜା ଖବର / ବାଣୀବିହାର କ୍ୟାମ୍ପସ ପରିସରରୁ ଝୁଲନ୍ତା ମୃତଦେହ ଜବତ

ବାଣୀବିହାର କ୍ୟାମ୍ପସ ପରିସରରୁ ଝୁଲନ୍ତା ମୃତଦେହ ଜବତ

ଭୁବନେଶ୍ୱର,୨୫/୦୫/୨୦୨୩ (ଓଡ଼ିଶା ସମାଚାର)- ବାଣୀବିହାର କ୍ୟାମ୍ପସ ପରିସରରୁ ଏକ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଜବତ କରାଯାଇଛି । ମୃତକ ଜଣକ ହେଉଛନ୍ତି ୨୧ ବର୍ଷୀୟ ଉତମ ନାୟକ । ତାଙ୍କ ଘର ପିପିଲି ଦାଣ୍ଡମୁକୁନ୍ଦପୁର ବୋଲି ଜଣାପଡିଛି । ଉତ୍ତମ ନିଜ ପରିବାର ସହ ବାଣୀବିହାର କ୍ୟାମ୍ପସରେ ରହୁଥିବା ବେଳେ ଦିନ ମଜୁରିଆ ଭାବେ କାମ କରୁଥିଲେ । କାଲି ରାତିରେ ଘରେ ଥିଲେ । ହେଲେ ସକାଳୁ ସକାଳୁ ତାଙ୍କର କିଭଳି ମୃତ୍ୟୁ ହେଲା ସେ ନେଇ କାହାକୁ ଜଣାନଥିବା ପରିବାର ଲୋକେ କହିଛନ୍ତି । ପୁଅକୁ କେହି ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି । ଘଟଣାସ୍ଥଳରେ ସହିଦନଗର ପୁଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

Leave a Reply

Your email address will not be published.